ଓଡିଶା

odisha

ETV Bharat / state

ଆସନ୍ତକାଲି କେନ୍ଦ୍ରାପଡାର ସମସ୍ତ ଗାଁକୁ ବିଦ୍ୟୁତ‌ ସଂଯୋଗ: ଜିଲ୍ଲା ପର୍ଯ୍ୟବେକ୍ଷକ - District Superintendent

ବାତ୍ୟା ଯୋଗୁଁ ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇ ନଥିବା ସୂଚନା ଦେଇଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ l ସେହିପରି ଜିଲ୍ଲାର ସମୁଦ୍ର ଉପକୂଳ ୨୦ ପଞ୍ଚାୟତର ୭୦ଟି ଗାଁରେ ବାତ୍ୟା ଜନିତ କ୍ଷୟକ୍ଷତି ହୋଇଥିବା ନଜରକୁ ଆସିଛି l ଅଧିକ ପଢ଼ନ୍ତୁ...

electricity-connection-to-all-villages-in-kendrapara-tomorrow-district-superintendent
ଆସନ୍ତକାଲି କେନ୍ଦ୍ରାପଡାର ସମସ୍ତ ଗାଁକୁ ବିଦ୍ୟୁତ୍‌ ସଂଯୋଗ: ଜିଲ୍ଲା ପର୍ଯ୍ୟବେକ୍ଷକ

By

Published : May 20, 2020, 9:46 PM IST

କେନ୍ଦ୍ରାପଡ଼ା: ଜିଲ୍ଲାରେ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ହେମନ୍ତ ଶର୍ମା । ବାତ୍ୟା ଯୋଗୁଁ ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇ ନଥିବା ସେ ସୂଚନା ଦେଇଛନ୍ତି l ସେହିପରି ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ୨୦ ପଞ୍ଚାୟତର ୭୦ଟି ଗାଁରେ ବାତ୍ୟା ଜନିତ କ୍ଷୟକ୍ଷତି ହୋଇଥିବା ନଜରକୁ ଆସିଛି l

ଆସନ୍ତକାଲି କେନ୍ଦ୍ରାପଡାର ସମସ୍ତ ଗାଁକୁ ବିଦ୍ୟୁତ୍‌ ସଂଯୋଗ: ଜିଲ୍ଲା ପର୍ଯ୍ୟବେକ୍ଷକ

ଏହି ସବୁ ଅଞ୍ଚଳରେ ଗଛ ଉପୁଡ଼ି ପଡ଼ିବା ଯୋଗୁ ବିଦ୍ୟୁତ୍ ସରବରାହ ସମୁର୍ଣ୍ଣ ପ୍ରଭାବିତ ହୋଇଛି l ବୁଧବାର ମଧ୍ୟରାତ୍ରି ସୁଦ୍ଧା ସହରାଞ୍ଚଳରେ ବିଦ୍ୟୁତ୍ ଯୋଗାଣ ସ୍ଵଭାବିକ କରାଯିବା ସହ ଗୁରୁବାର ଗ୍ରାମାଞ୍ଚଳର ବିଦ୍ୟୁତ ଯୋଗାଣ ସମୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି l ଅନ୍ୟପକ୍ଷରେ ବାତ୍ୟା ପରବର୍ତ୍ତୀ ପୂନର୍ଗଠନ ଓ ପୁନରୁଦ୍ଧାର କାର୍ଯ୍ୟରେ ପ୍ରାୟ ୨୫ଟି ଟିମ୍ ନିୟୋଜିତ ହୋଇଛନ୍ତି l ଜିଲ୍ଲାର କୌଣସି ସ୍ଥାନରେ ବଡ଼ ଧରଣର କ୍ଷତିର ରିପୋର୍ଟ ପ୍ରଶାସନର ହସ୍ତଗତ ହୋଇନାହିଁ l ସେହିପରି ବର୍ଷା ଓ ପବନରେ ପ୍ରଭାବିତ ହୋଇଥିବା ଖରାଦିନିଆ ପନିପରିବାର ଉପଯୁକ୍ତ ଆକଳନ କରି ଚାଷୀମାନଙ୍କୁ କ୍ଷତିପୂରଣ ଦେବା ପାଇଁ ପ୍ରଶାସନିକ ସ୍ତରରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପର୍ଯ୍ୟବେକ୍ଷକ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି l

କେନ୍ଦ୍ରପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details