ଓଡିଶା

odisha

ETV Bharat / state

ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ - କେନ୍ଦ୍ରାପଡ଼ା ଲୁଣା ବିଦ୍ୟୁତ ସେକ୍ସନର କନିଷ୍ଠ ଯନ୍ତ୍ରୀ

କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କେନ୍ଦ୍ରାପଡ଼ା ଲୁଣା ବିଦ୍ୟୁତ ସେକ୍ସନର କନିଷ୍ଠ ଯନ୍ତ୍ରୀ ଆଶୁତୋଷ ସାହୁଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି ମାର୍ଶାଘାଇ ପୋଲିସ । ଅଧିକ ପଢ଼ନ୍ତୁ

ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

By

Published : Oct 16, 2022, 8:24 PM IST

Updated : Oct 16, 2022, 8:31 PM IST

କେନ୍ଦ୍ରାପଡ଼ା: କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବିଦ୍ୟୁତ ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ମୃତକ ହେଉଛନ୍ତି ଭୁବନେଶ୍ବର ଅଞ୍ଚଳର ଆଶୁତୋଷ ସାହୁ । ପ୍ରାୟ ଏକମାସ ହେବ କେନ୍ଦ୍ରାପଡ଼ା ଲୁଣା ବିଦ୍ୟୁତ ସେକ୍ସନର କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ ଆଶୁତୋଷ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ ଚଳାଇଛି ପୋଲିସ ।

ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ସୂଚନା ଅନୁସାରେ ମାର୍ଶାଘାଇ ବଜାର ଜୁଣ ଛକଠାରେ ଥିବା ବିଦ୍ୟୁତ ବିଭାଗ ଡିଭିଜନ ଅଫିସ ତୃତୀୟ ମହଲାର ୧୪ ନମ୍ବର ରୁମରେ ଭଡାରେ ରହୁଥିଲେ ଯନ୍ତ୍ରୀ ଆଶୁତୋଷ । ତାଙ୍କ ସହିତ ଗତ ସପ୍ତାହରେ ଯୋଗ ଦେଇଥିବା ମାର୍ଶାଘାଇ ସେକ୍ସନର ଜଣେ କନିଷ୍ଠ ଯନ୍ତ୍ରୀ ସେହି ଭଡାଘରେ ରହୁଥିଲେ । ଗତକାଲି (ଶନିବାର) ସକାଳେ ମାର୍ଶାଘାଇ ସେକ୍ସନ କନିଷ୍ଠ ଯନ୍ତ୍ରୀ କୌଣସି କାମରେ ଭୁବନେଶ୍ବର ଯାଇଥିବା ବେଳେ ସନ୍ଧ୍ୟାରେ ଫେରିଥିଲେ । କବାଟ ଭିତର ପଟରୁ ଦିଆଯାଇଥିବାରୁ ବାରମ୍ବାର ଡାକିବା ପରେ ମଧ୍ୟ କବାଟ ଖୋଲି ନଥିଲେ ଆଶୁତୋଷ । ଏନେଇ ମାର୍ଶାଘାଇ ପୋଲିସକୁ ଖବର ଦେଇଥିଲେ ମାର୍ଶାଘାଇ ସେକ୍ସନ କନିଷ୍ଠ ଯନ୍ତ୍ରୀ ।

ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଭଡ଼ାଘରର କବାଟ ଭାଙ୍ଗିଥିଲେ । ଭିତରେ ଲାଗିଥିବା ଫ୍ୟାନରେ ଆଶୁତୋଷ ବେକରେ ବେଡସିଟ ଲଗାଇ ଝୁଲୁଥିବାର ଦେଖିବାକୁ ପାଇଥିଲେ । ଏନେଇ ମାର୍ଶାଘାଇ ପୋଲିସ ଆଶୁତୋଷଙ୍କ ପରିବାରକୁ ଫୋନଯୋଗେ ଜଣାଇବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି । ଏନେଇ ମାର୍ଶାଘାଇ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଛି । ଯନ୍ତ୍ରୀ ଜଣଙ୍କ କାହିଁକି ଏହିପରି ଆତ୍ମହତ୍ୟା କଲେ ନା କିଏ ତାଙ୍କୁ ହତ୍ୟା କରିଛି ସେନେଇ ତଦନ୍ତ ଚଳାଇଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 16, 2022, 8:31 PM IST

ABOUT THE AUTHOR

...view details