ଓଡିଶା

odisha

ETV Bharat / state

Pre-Panchayat Poll Violence: କେନ୍ଦ୍ରାପଡାରେ ସରପଞ୍ଚଙ୍କ ଘର ଜାଳିଲେ ଦୁବୃର୍ତ୍ତ - କେନ୍ଦ୍ରାପଡା ଜିଲ୍ଲାରେ ନିର୍ବାଚନୀ ହିଂସା

କେନ୍ଦ୍ରାପଡା ଜିଲ୍ଲାରେ ନିର୍ବାଚନୀ ହିଂସା । ବିଳମ୍ବିତ ରାତିରେ ସରପଞ୍ଚଙ୍କ ଘର ପୋଡିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

Pre-Panchayat Poll Violence: କେନ୍ଦ୍ରାପଡାରେ ସରପଞ୍ଚଙ୍କ ଘର ଜାଳିଲେ ଦୁବୃର୍ତ୍ତ
Pre-Panchayat Poll Violence: କେନ୍ଦ୍ରାପଡାରେ ସରପଞ୍ଚଙ୍କ ଘର ଜାଳିଲେ ଦୁବୃର୍ତ୍ତ

By

Published : Jan 24, 2022, 10:45 PM IST

କେନ୍ଦ୍ରାପଡା :ଜିଲ୍ଲାରେ ନିର୍ବାଚନୀ ହିଂସା ! ବିଳମ୍ବିତ ରାତିରେ ସରପଞ୍ଚଙ୍କ ଘର ପୋଡି ଦେଲେ ଦୁର୍ବୃତ୍ତ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବାଳକାଟି ପଞ୍ଚାୟତର ସରପଞ୍ଚ ଦିବାକର ନାୟକଙ୍କ ଘରକୁ କେହି ଦୁର୍ବୃତ୍ତ ଜାଳି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

Pre-Panchayat Poll Violence: କେନ୍ଦ୍ରାପଡାରେ ସରପଞ୍ଚଙ୍କ ଘର ଜାଳିଲେ ଦୁବୃର୍ତ୍ତ

ଦିବାକରଙ୍କ ଅଭିଯୋଗ ଅନୁଯାୟୀ, ସେ ସବୁଦିନ ସେହି ଘରେ ବିଭିନ୍ନ କାର୍ଯ୍ୟ କରିବା ସହିତ ରାତିରେ ଶୋଇଥାନ୍ତି । ସ୍ୱାସ୍ଥ୍ୟଜନିତ ସମସ୍ୟା କାରଣରୁ ସେ କିଛିଦିନ ହେବ ତାଙ୍କର ଗାଁ ଭିତରେ ଥିବା କୋଠାଘରେ ଶୋଉଛନ୍ତି l ବିଳମ୍ବିତ ରାତିରେ ତାଙ୍କୁ ମାରିଦେବା ଉଦ୍ଦେଶ୍ୟରେ କେହି ତାଙ୍କ ଘରକୁ ଜାଳି ଦେଇଛନ୍ତି ବୋଲି ସେ କହିଛନ୍ତି ।

ଏହାବି ପଢନ୍ତୁ :Panchayat Polls: କୋହଳ ହୋଇପାରେ ପ୍ରଚାର କଟକଣା !

ଘର ଜଳିଯିବା ଯୋଗୁଁ ତାଙ୍କର ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି l ସେ ଏହି ଘଟଣାରେ କାହାକୁ ସନ୍ଦେହ କରୁନାହାଁନ୍ତି । ରାଜନୈତିକ କନ୍ଦଳ ଏପରି ଘଟଣା ହୋଇଥିବା ସନ୍ଦେହ କରାଯାଉଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details