ଓଡିଶା

odisha

ETV Bharat / state

ବୈଜୟନ୍ତଙ୍କୁ କିଏ ଦେବ ଟକ୍କର ? - kendrapara

୨୦୦୯ ଓ ୨୦୧୪ ମସିହା ସାଧାରଣ ନିର୍ବାଚନରେ ବୈଜୟନ୍ତ ପଣ୍ଡା ବିଜେଡି ଦଳରୁ ଏହି ଆସନରେ ବିଜୟୀ ହୋଇଛନ୍ତି। ତେବେ ଚଳିତ ବର୍ଷ ସେ ବିଜେପିରୁ ପ୍ରାର୍ଥୀ ହେଉଛନ୍ତି। ଯାହାକୁ ନେଇ ଜିଲ୍ଲା ରାଜନୀତି ଅଳିନ୍ଦୁରେ ଚାଲିଛି ଚର୍ଚ୍ଚା।

ଡିଜାଇନ ଫଟୋ

By

Published : Mar 24, 2019, 3:40 PM IST

କେନ୍ଦ୍ରାପଡା : କାହାର ହେବ କେନ୍ଦ୍ରାପଡା ? ଅଣ କଂଗ୍ରେସ ଗଡ ଭାବେ ପରିଚିତ କେନ୍ଦ୍ରାପଡା ଲୋକସଭାକୁ ଏଥର କିଏ କରିବ ଦଖଲ ? 1951 ମସିହାରୁ ଗଠିତ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇ ପୂର୍ବରୁ ବହୁ ସାଂସଦ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ୨୦୦୯ ଓ ୨୦୧୪ ମସିହା ସାଧାରଣ ନିର୍ବାଚନରେ ବୈଜୟନ୍ତ ପଣ୍ଡା ବିଜେଡି ଦଳରୁ ଏହି ଆସନରେ ବିଜୟୀ ହୋଇଛନ୍ତି। ତେବେ ଚଳିତ ବର୍ଷ ସେ ବିଜେପିରୁ ପ୍ରାର୍ଥୀ ହେଉଛନ୍ତି। ଯାହାକୁ ନେଇ ଜିଲ୍ଲା ରାଜନୀତି ଅଳିନ୍ଦୁରେ ଚାଲିଛି ଚର୍ଚ୍ଚା।

ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡା, ଆଳି, ରାଜନଗର ଓ ମହାକାଳପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ୧୫ ଲକ୍ଷରୁ ଉର୍ଦ୍ଧ୍ଵ ଭୋଟର ଚଳିତଥର ବୈଜୟନ୍ତଙ୍କର ବିଜୟଧାରାକୁ ନିର୍ଣ୍ଣୟ କରିବେ। ପୂର୍ବରୁ ବିଜୁ ଅଙ୍କଲ ଓ ନବୀନଙ୍କ ନାମ ନେଇ ଦୁଇଦୁଇଥର ସାଂସଦ ହୋଇଥିବା ବୈଜୟନ୍ତ ଚଳିତ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ବୈଜୟନ୍ତଙ୍କୁ କଡା ଟକ୍କର ଦେବାପାଇଁ ଜିଲ୍ଲାରେ ବିଜେଡିର ପ୍ରାର୍ଥୀ ଚୂଡାନ୍ତ ହୋଇନଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି, ବରିଷ୍ଠ ପ୍ରଶାସିକା ସୁଜାତା କାର୍ତ୍ତିକେୟନ ଓ ସାଂସଦ ପ୍ରତାପ ଦେବଙ୍କ ନାମ ବିଜେଡି ପ୍ରାର୍ଥୀ ତାଲିକାରେ ରହିଥିବା ଚର୍ଚ୍ଚା ହେଉଛି । ବୈଜୟନ୍ତଙ୍କୁ ମାତ୍ ଦେବା ଲାଗି ବିଜେଡି ଗୋଟି ଚଲାଉଥିବାବେଳେ କଂଗ୍ରେସ ତାର ପୁରୁଣା ପ୍ରାର୍ଥୀ ଆଇନଜୀବୀ ଧରଣୀଧର ନାୟକଙ୍କୁ ପୁଣି ପ୍ରାର୍ଥୀ କରିବ ବୋଲି କୁହାଯାଉଛି ।

ତେବେ ବିଜେପିରେ ଯୋଗ ଦେବାପରେ ଜିଲ୍ଲାରେ ବୈଜୟନ୍ତଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିବାବେଳେ ସ୍ୱାଗତ କେବଳ ସ୍ୱାଗତରେ ରହିବ ନା ଭୋଟରେ ପରିବର୍ତ୍ତନ ହେବ ତାହା ଦେଖିବାକୁ ବାକି ରହିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details