ଓଡିଶା

odisha

ETV Bharat / state

ବିଜେଡିରୁ ନିଲମ୍ବିତ ହେଲେ 8, ସ୍ବାଧୀନ ପ୍ରାର୍ଥୀ ଭାବେ ଲଢୁଥିଲେ ନିର୍ବାଚନ - eight member suspended from bjd

କେନ୍ଦ୍ରାପଡ଼ାରେ ଦେଖାଦେଇଛି ଦଳୀୟ କନ୍ଦଳ । ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଯାଇ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ୁଥିବା ଆଠ ଜଣଙ୍କୁ ନିଲମ୍ବିତ କରିଛି ଜିଲ୍ଲା ବିଜେଡି। ଅଧିକ ପଢ଼ନ୍ତୁ

Eight Suspended From Primary BJD membership
Eight Suspended From Primary BJD membership

By

Published : Mar 17, 2022, 2:04 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଦେଖାଦେଇଛି ଦଳୀୟ କନ୍ଦଳ । ପୌରନିର୍ବାଚନରେ ବିଭିନ୍ନ ୱାର୍ଡରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ୁଥିବା ୮ ଜଣଙ୍କୁ ନିଲମ୍ବିତ କରିଛି ଜିଲ୍ଲା ବିଜେଡି । ସୂଚନାନୁସାରେ ଗତ ୭ ତାରିଖରେ ନାମାଙ୍କନପତ୍ର ଦାଖଲ ଶେଷ ହୋଇଥିବା ବେଳେ ସ୍ବାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଏମାନଙ୍କୁ ଦଳର ହେଭିୱେଟ ଓ ପୁରୁଣା କର୍ମୀଙ୍କୁ ବୁଝାଇବାରେ ବିଫଳ ହୋଇଥିଲେ ।

ଶେଷରେ ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ବିଜେଡି । କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡ଼ା ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗରେ "ଓଡ଼ିଶା ମୋ ପରିବାର"ର ଜିଲ୍ଲା ସଂଯୋଜକ କାଳୀପ୍ରସାଦ ମିଶ୍ରଙ୍କ ସମେତ ଦେବେନ୍ଦ୍ର ରାଉତ, ଶୁଭଶ୍ରୀ ନିବେଦିତା ସ୍ୱାଇଁ, ଗୌତମ ସ୍ୱାଇଁ, ରଶ୍ମିତା ସିଂହ, ପ୍ରଶାନ୍ତ କୁମାର ସିଂହ, ସେକ ଅସଲାମ ଓ ଶଶିକାନ୍ତ ବଳଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ।

ଏନେଇ ଏକ ପ୍ରେସ୍ ଇସ୍ତାହାରରେ ପ୍ରକାଶ କରିଛି ଜିଲ୍ଲା ବିଜେଡି । ଗତକାଲି ବିଳମ୍ବିତ ରାତିରେ ଜିଲ୍ଲା ସଭାପତି ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଆଗକୁ ବିଦ୍ରୋହୀ ପ୍ରାର୍ଥୀଙ୍କ ଯୋଗୁଁ ନିଶ୍ଚିତ ଆସନ ବିଜେଡି ହାତରୁ ଚାଲିଯାଇପାରେ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details