କେନ୍ଦ୍ରାପଡ଼ା: ଆଜି ଭାଇଚାରାର ପର୍ବ ଇଦ୍ । କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ମୁସଲିମ ସମ୍ପ୍ରଦାୟ ପକ୍ଷରୁ ବଡ଼ ଧୁମଧାମରେ ପବିତ୍ର ଇଦ୍ ପାଳନ ହୋଇଯାଇଛି । ଦୁଇ ବର୍ଷର ବ୍ୟବଧାନ ପରେ ସାମୂହିକ ପର୍ବ ପାଳନକୁ ଅନୁମତି ମିଳିଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।
ଦୀର୍ଘ ଏକ ମାସଧରି ରୋଜା ରଖିବା ପରେ ଆଜି ଇଦ୍ ପର୍ବ ପାଳିତ ହୋଇଛି । ସକାଳୁ କେନ୍ଦ୍ରାପଡ଼ା ସହର ପୁରୁଣା ବସଷ୍ଟାଣ୍ଡ ଠାରେ ଥିବା ଜାମା ମସଜିଦ, ଫକିରାବାଦ, ଦିଲାରପୁର, ରାଜା ମସଜିଦ ଓ ଜିଲ୍ଲାରେ ଥିବା ଅନ୍ୟାନ୍ୟ ମସଜିଦରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ସମୂହ ନମାଜ ପାଠ କରାଯାଇଥିଲା ।