ଓଡିଶା

odisha

By

Published : Dec 29, 2022, 5:09 PM IST

ETV Bharat / state

ବିଧାୟକଙ୍କ ଗାଡିକୁ ଦଳୀୟ କର୍ମୀଙ୍କ ଅଣ୍ଡାମାଡ଼, ଅଣ୍ଡାମାଡ଼ କରିଥିବା ଲୋକ ମହିଳା ବିରୋଧୀ କହିଲେ ବିଧାୟକ

ଦଳୀୟ କର୍ମୀଙ୍କ ବିଧାୟକଙ୍କର ଗାଡି ଉପରକୁ ଅଣ୍ଡାମାଡ । ଏନେଇ ଗାଡି ଉପରକୁ ଅଣ୍ଡାମାଡ କରିଥିବା ରାଜେନ୍ଦ୍ର ପ୍ରଧାନଙ୍କୁ ସଦର ଥାନା ପୋଲିସ ଅଟକ ରଖିଛି। ଅଧିକ ପଢନ୍ତୁ

egg hurled
egg hurled

egg hurled

କେନ୍ଦ୍ରାପଡା:ଦଳୀୟ କର୍ମୀଙ୍କ ଆକ୍ରୋଶର ଶିକାର ହେଲେ କେନ୍ଦ୍ରାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା । ଆଜି ପୂର୍ବାହ୍ନରେ କେନ୍ଦ୍ରାପଡ଼ା ବିଧାୟକ କେନ୍ଦ୍ରାପଡ଼ା ବ୍ଲକ ଅଧିନରେ ଥିବା ବଗଡ଼ା ପଞ୍ଚାୟତରେ ମିଶନ ଶକ୍ତି ଗୃହକୁ ଉଦଘାଟନ କରିବାକୁ ଯାଉଥିଲେ । ସେହି ସମୟରେ ଦଳୀୟ କର୍ମୀ ବିଧାୟକଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଥିଲେ। ତେବେ ସୌଭାଗ୍ୟକ୍ରମେ ବିଧାୟକଙ୍କ ଗାଡ଼ିରେ ଏହି ଅଣ୍ଡାଗୁଡିକ ନବାଜି ବିଧାୟକଙ୍କ ସାଥିରେ ଥିବା ଅନ୍ୟ ନେତୃତ୍ବଙ୍କ ଗାଡି ଉପରେ ବାଜିଥିଲା।

ଏନେଇ ଗାଡି ଉପରକୁ ଅଣ୍ଡାମାଡ କରିଥିବା ରାଜେନ୍ଦ୍ର ପ୍ରଧାନଙ୍କୁ ସଦର ଥାନା ପୋଲିସ ଓ ବିଧାୟକଙ୍କ ସହ ଯାଇଥିବା ଦଳୀୟକର୍ମୀ କାବୁ କରିଥିଲେ । ସଦର ଥାନାରେ ରାଜେନ୍ଦ୍ରଙ୍କୁ ଅଟକ ରଖାଯାଇଛି । ତେବେ ଗତ ୨୦୧୯ ମସିହାରେ ହଠାତ ଶଶୀଭୂଷଣଙ୍କୁ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ କରିବା ପରେ ବିଧାୟକଙ୍କୁ ସହଯୋଗ କରି ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦଳୀୟ କର୍ମୀଙ୍କୁ କୌଣସି ଉନ୍ନତିମୂଳକ କାର୍ଯ୍ୟରେ ବିଧାୟକ ଖୋଜୁନଥିବା ଅଭିଯୋଗ ହୋଇଛି ।

ଏଥି ସହିତ ଏହି ମିଶନ ଶକ୍ତି ଗୃହଟି ଦୀର୍ଘଦିନ ଧରି ନିର୍ମାଣ ହୋଇଥିବା ବେଳେ ପୂର୍ବରୁ ବହୁବାର ନିମନ୍ତ୍ରଣ ଥାଇ ସୁଦ୍ଧା ବିଧାୟକ ଉକ୍ତ ପ୍ରକଳ୍ପକୁ ଉଦଘାଟନ କରି ନଥିଲେ। ହେଲେ ହଠାତ ଏହି ମିଶନ ଶକ୍ତି ଗୃହକୁ ଉଦଘାଟନ କରିବା ପାଇଁ ବ୍ୟାଗ୍ର ହେବାକୁ ନାପସନ୍ଦ କରି ପଞ୍ଚାୟତର ଲୋକେ ଏହି ଅଣ୍ଡାମାଡ କରିଥିବା କହିଛନ୍ତି ପୂର୍ବତନ ବଗଡ଼ା ସରପଞ୍ଚ ତଥା ବିଜେଡି କର୍ମୀ । ତେବେ ଏନେଇ ବିଧାୟକଙ୍କ ପ୍ରତିକ୍ରିୟା ଲୋଡ଼ା ଯିବାରୁ ସେ ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଏଡାଇ ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ- ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ସସପେନ୍ସ, ହୋଟେଲରେ CIB ଟିମର ତନାଘନା

ଏନେଇ ବଗଡା ପଞ୍ଚାୟତର ପୂର୍ବତନ ସରପଞ୍ଚ କୈଳାସ ବେହେରା କହିଛନ୍ତି, ବଗଡା ପଞ୍ଚାୟତରେ ଶଶୀଭୂଷଣ ବେହେରା ବିଧାୟକ ହିସାବରେ ଯେତେବେଳେ ଟିକେଟ ପାଇଲେ ଆମେ ସେତେବେଳେ କଂଗ୍ରେସ ସହିତ ଲଢି ତାଙ୍କୁ ବିଜୟୀ କରିବାରେ ଆମେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲୁ ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details