ଓଡିଶା

odisha

ETV Bharat / state

ଆରମ୍ଭ ହେବ ଶିକ୍ଷାବର୍ଷ, ପଥପ୍ରାନ୍ତ ନାଟକ ସହ ବୁଲିଲା ଶିକ୍ଷା ସଚେତନତା ରଥ - ଶିକ୍ଷା ସଚେତନତା ରଥ ଗାଁ ଗାଁ ବୁଲିବା ନ୍ୟୁଜ

ଆସନ୍ତା ମାସରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ । ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ମୁହାଁ କରାଇବା ପାଇଁ ମହାକାଳପଡ଼ା ରାଜଗଡ଼ କ୍ଲଷ୍ଟରରେ ବୁଲିଛି ଶିକ୍ଷା ସଚେତନତା ରଥ । ଅଧିକ ପଢନ୍ତୁ

ଆରମ୍ଭ ହେବ ଶିକ୍ଷାବର୍ଷ, ପଥପ୍ରାନ୍ତ ନାଟକ ସହ ବୁଲିଲା ଶିକ୍ଷା ସଚେତନତା ରଥ
ଆରମ୍ଭ ହେବ ଶିକ୍ଷାବର୍ଷ, ପଥପ୍ରାନ୍ତ ନାଟକ ସହ ବୁଲିଲା ଶିକ୍ଷା ସଚେତନତା ରଥ

By

Published : Apr 20, 2022, 10:54 PM IST

କେନ୍ଦ୍ରାପଡା: ଆସନ୍ତା ମାସରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ । ଗତ ଦୁଇବର୍ଷ ଧରି କୋଭିଡ ମହାମାରୀ ପାଇଁ ପ୍ରାଥମିକ ଶିକ୍ଷା ବନ୍ଦ ହୋଇ ଥିବାବେଳେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଖୋଲିଛି ବିଦ୍ୟାଳୟ । ତେବେ କୋମଳମତି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ମୁହାଁ କରାଇବା ପାଇଁ ମହାକାଳପଡ଼ା ରାଜଗଡ଼ କ୍ଲଷ୍ଟରରେ ବୁଲିଛି ଶିକ୍ଷା ସଚେତନତା ରଥ ।

ଆରମ୍ଭ ହେବ ଶିକ୍ଷାବର୍ଷ, ପଥପ୍ରାନ୍ତ ନାଟକ ସହ ବୁଲିଲା ଶିକ୍ଷା ସଚେତନତା ରଥ

ନୂଆକରି ବିଦ୍ୟାଳୟକୁ ଆସୁଥିବା କୁନିକୁନି ଛାତ୍ରଛାତ୍ରୀଙ୍କୁ ଶିକ୍ଷୟିତ୍ରୀମାନେ ବନ୍ଦାପନା କରି ବିଦ୍ୟାଳୟ ଆସିବାକୁ ସଚେତନ କରାଉଛନ୍ତି ।ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରାଜଗଡର ଛାତ୍ରଛାତ୍ରୀ ସୁନ୍ଦର ଭାବରେ ସଜାଇ ହୋଇ ଗୀତର ତାଳେତାଳେ ପଥପ୍ରାନ୍ତ ନାଟକ କରି ସଚେତନ କରାଉଥିବାର ଦେଖିବାକୁ ମିଳିଛି ।

ନୂତନ ନାମଲେଖା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଶିକ୍ଷା ସଚେତନତା ରଥ ଗାଁ ଗାଁ ବୁଲି ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ସଚେତନ କରାଉଛି । ଏହି ଶିକ୍ଷା ସଚେତନତା ରଥଟି ଚାରିଦିନ ପର୍ଯ୍ୟନ୍ତ ବ୍ଲକ ଶିକ୍ଷା ଅଧିକାରୀ, ମହାକାଳପଡାଙ୍କ ଅଧିନରେ ଥିବା ବିଭିନ୍ନ କ୍ଲଷ୍ଟର ବୁଲି ସଚେତନ କରାଇବାର କାର୍ଯ୍ୟକ୍ରମ ରହିଛି ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details