କେନ୍ଦ୍ରାପଡା:ରାଜ୍ୟରେ ଉପରମୁହାଁ ହୋଇଛି କୋରୋନା ସଂକ୍ରମଣ । କଟକ ଓ ଭୁବନେଶ୍ବରରେ ସଂକ୍ରମଣ ବୃଦ୍ଧି ପାଇବାରୁ ଏନେଇ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ସେହିପରି ବଢୁଥିବା କୋରୋନା ସଂକ୍ରମଣକୁ ନେଇ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ କରାଯାଇଛି । ସହର ତୁଳନାରେ ଜିଲ୍ଲାରେ ସଂକ୍ରମଣ କମ ଥିଲେ ସୁଦ୍ଧା ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ।
କେନ୍ଦ୍ରାପଡ଼ା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲାରେ ମୋଟ ଟୀକାକରଣର ରିପୋର୍ଟ ପ୍ରଦାନ କରିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଜିଲ୍ଲାରେ ମୋଟ 12 ରୁ 14 ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ମଧ୍ୟରୁ ପ୍ରଥମ ଡୋଜ 94ପ୍ରତିଶତ, ଦ୍ୱିତୀୟ ଡୋଜ 75 ପ୍ରତିଶତ ଦିଆଯାଇଛି ।