ଓଡିଶା

odisha

ETV Bharat / state

କେନ୍ଦ୍ରାପଡ଼ାରେ ଆରମ୍ଭ ହେଲା କୋଭିଡ ଟିକାର ଡ୍ରାଏ ରନ

କୋରୋନା ଭୂତାଣୁ ପାଇଁ ଟିକାର ଶୁଭାରମ୍ଭ ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ଟିକାର ଡ୍ରାଏ ରନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

କେନ୍ଦ୍ରାପଡ଼ାରେ କୋଭିଡ ଟିକାର ଡ୍ରାଏ ରନ
କେନ୍ଦ୍ରାପଡ଼ାରେ କୋଭିଡ ଟିକାର ଡ୍ରାଏ ରନ

By

Published : Jan 3, 2021, 9:48 AM IST

କେନ୍ଦ୍ରାପଡା: କୋରୋନା ଭାଇରସ ଟିକାର ଶୁଭାରମ୍ଭ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ପାଇଁ ଶନିବାର କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଡ୍ରାଏ ରନ୍‌ ଆରମ୍ଭ ହେଇଛି। ଡ୍ରାଏ ରନ୍‌ କରାଗଲେ ଟିକା ଦେବାର ବ୍ୟବହାର ଓ କାର୍ଯ୍ୟକାରିତା ସଂକ୍ରାନ୍ତରେ ଅଭିଜ୍ଞତା ହାସଲ କରାଯାଇ ପାରିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

କେନ୍ଦ୍ରାପଡ଼ାରେ କୋଭିଡ ଟିକାର ଡ୍ରାଏ ରନ

ଏହା ଫଳରେ ପ୍ରକୃତ ଟିକାକରଣ ଆରମ୍ଭ ପୂର୍ବରୁ ଟିକାକରଣ ଯୋଜନା ଓ ପ୍ରୟୋଗ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବା, ଉପୁଜୁଥିବା ଅସୁବିଧାକୁ ଚିହ୍ନଟ କରିବା ଏବଂ ଟିକାକରଣର ଅଗ୍ରଗତି ନିମନ୍ତେ ସହାୟକ ହେବ ବୋଲି କହିଛନ୍ତି ଜିଲ୍ଲାପାଳ। ଶନିବାର ୨୫ ଜଣ କର୍ମଚାରୀଙ୍କୁ ନେଇ ଟିକା ଦେବାର ପଞ୍ଜିକରଣଠୁ ଆରମ୍ଭ କରି ଟିକା ଦେବା ଯାଏ ଡ୍ରାଏ ରନ କରାଯାଉଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details