ETV Bharat Odisha

ଓଡିଶା

odisha

ETV Bharat / state

ଜିଲ୍ଲା ପରିଷଦ ପ୍ରଥମ ବୈଠକରେ ପାନୀୟଜଳ ନେଇ ଅସନ୍ତୋଷ, ଅଧିକାରୀଙ୍କୁ ପାଠ ପଢାଇଲେ ଆଳି ବିଧାୟକ - କେନ୍ଦ୍ରାପଡା ଜିଲ୍ଲା ପରିଷଦ ପ୍ରଥମ ବୈଠକ

ନବ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ ମାନଙ୍କର ପ୍ରଥମ ବୈଠକରେ ପାନୀୟଜଳ ଯୋଗାଣକୁ ନେଇ ହୋହଲ୍ଲା । ଷଷ୍ଠ ଜିଲ୍ଲା ପରିଷଦ ପ୍ରଥମ ସାଧାରଣ ବୈଠକ ଆଜି (ବୁଧବାର) ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଅଧିକ ପଢନ୍ତୁ

ଜିଲ୍ଲା ପରିଷଦ ପ୍ରଥମ ବୈଠକରେ ପାନୀୟଜଳ ଯୋଗାଣକୁ ନେଇ ଅସନ୍ତୋଷ, ଅଧିକାରୀଙ୍କୁ ପାଠ ପଢାଇଲେ ଆଳି ବିଧାୟକ
ଜିଲ୍ଲା ପରିଷଦ ପ୍ରଥମ ବୈଠକରେ ପାନୀୟଜଳ ଯୋଗାଣକୁ ନେଇ ଅସନ୍ତୋଷ, ଅଧିକାରୀଙ୍କୁ ପାଠ ପଢାଇଲେ ଆଳି ବିଧାୟକ
author img

By

Published : Apr 27, 2022, 11:00 PM IST

କେନ୍ଦ୍ରାପଡା: ନବ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ ମାନଙ୍କର ପ୍ରଥମ ବୈଠକରେ ପାନୀୟଜଳ ଯୋଗାଣକୁ ନେଇ ହୋହଲ୍ଲା । ଷଷ୍ଠ ଜିଲ୍ଲା ପରିଷଦ ପ୍ରଥମ ସାଧାରଣ ବୈଠକ ଆଜି(ବୁଧବାର) ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାପାଳ, ଜିଲ୍ଲାର ଚାରିଜଣ ବିଧାୟକ, ସମସ୍ତ ଲାଇନ ବିଭାଗର କର୍ମଚାରୀଙ୍କ ସମେତ ୩୨ ଜଣ ଜିଲ୍ଲା ପରିଷଦ ସଦସ୍ୟ ଏବଂ ବ୍ଲକ ଅଧ୍ୟକ୍ଷ ଉପସ୍ଥିତ ଥଇଲେ ।

ଜିଲ୍ଲା ପରିଷଦ ପ୍ରଥମ ବୈଠକରେ ପାନୀୟଜଳ ଯୋଗାଣକୁ ନେଇ ଅସନ୍ତୋଷ, ଅଧିକାରୀଙ୍କୁ ପାଠ ପଢାଇଲେ ଆଳି ବିଧାୟକ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାନୀୟଜଳ ଅପରିହାର୍ଯ୍ୟ ହୋଇପଡିଥିବା ବେଳେ ଜିଲ୍ଲାରେ ଏଯାବତ ସମସ୍ତ ସ୍ଥାନରେ ମୁନ୍ଦାଏ ପିଇବା ପାଣି ପହଞ୍ଚିନଥିବା ଅଭିଯୋଗ କରିଥିଲେ । ଏହି ଅଭିଯୋଗରେ ଆଳି ବିଧାୟକ ଜିଲ୍ଲା ପାନୀୟଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ଉତ୍ତର ଚାହିଁବାରୁ ନିର୍ବାହୀ ଯନ୍ତ୍ରୀ ତାଙ୍କ ପାଖରେ ଏତେ ଟଙ୍କାର ଫଣ୍ଡ ନଥିବା କହି ଏଡାଇ ଯାଉଥିବା ବେଳେ ଆଳି ବିଧାୟକ ପ୍ରତାପ କେଶରୀ ଦେବ ଏବଂ ଜିଲ୍ଲା ପରିଷଦ ସଦସ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ବୈଠକରେ ସମାଲୋଚନା କରିଥିଲେ ।

ପରେ ନିର୍ବାହୀ ଯନ୍ତ୍ରୀ ଜଣଙ୍କ ଯାହା କାମ ବ୍ଲକ ଏବଂ ଜିଲ୍ଲା ପରିଷଦ ବୈଠକରେ ପାସ ହେବ ସେ ଅନୁଯାୟୀ କାମ ହେବ ବୋଲି କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । କେବଳ ସେତିକି ନୁହେଁ, ନିଜ ଜମିରେ ପୋଖରୀ ଖୋଳି ମାଛଚାଷ କରିବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କୁ ଜିଲ୍ଲା ମତ୍ସ୍ୟ ବିଭାଗ ଭୁଆଁ ବୁଲାଉଥିବା ଅଭିଯୋଗକୁ ନେଇ ମତ୍ସ୍ୟ ଅଧିକାରିଣୀଙ୍କ ଉପରେ ବର୍ଷିଥିଲେ ଆଳି ବିଧାୟକ । ସେହିପରି ଜିଲ୍ଲା ଜଙ୍ଗଲ ବିଭାଗର ଏକମାତ୍ର ସରକାରୀ କରତକଳ ଡେରାବିଶ୍ ବଳଭଦ୍ରପୁରରେ ରହିଥିବା ବେଳେ ସେଠାକୁ ଆଳି କନିକାରୁ ଦୀର୍ଘ ୧୦୦ କିଲୋମିଟର ଅତିକ୍ରମ କରି ଲୋକମାନେ କାଠ କିପରି ଚିରାଇବାକୁ ଆସିବେ ବୋଲି ପ୍ରଶ୍ନ କରିଥିଲେ ବିଧାୟକ ପ୍ରତାପ ଦେବ ।

ଜିଲ୍ଲାରେ ସ୍ୱାସ୍ଥ୍ୟ ଅବସ୍ଥା, ଗମନାଗମନ, ଡ୍ରେନେଜ ସମସ୍ୟା ଓ ଜଳସେଚନ ଭଳି ଅନେକ ପ୍ରସଙ୍ଗରେ ପ୍ରଥମ ବୈଠକରେ ଆଲୋଚନା ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାକୁ ଏକ ନମ୍ବର ଜିଲ୍ଲାରେ ପରିଣତ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଛି ଓ ଏଥିରେ ସେ ସଫଳ ହେବେ ବୋଲି କହିଛନ୍ତି ସଭାପତି । ତେବେ ପାନୀୟଜଳ ଯୋଗାଣ ବିଭାଗ ତାଙ୍କ ବିଭାଗରେ ଟଙ୍କା ନଥିବା କହିବା କେତେଦୂର ଠିକ ସେନେଇ ପରବର୍ତ୍ତୀ ସମୟରେ ଆଲୋଚନା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details