ଓଡିଶା

odisha

ETV Bharat / state

20 ବର୍ଷ ପରେ ଶହୀଦ ସଚ୍ଚିଦାନନ୍ଦଙ୍କୁ ମିଳିବ ସମ୍ମାନ - anubhav pattanaik

1999 ରୁ 2019 । ଦୀର୍ଘ 20 ବର୍ଷର ଅପେକ୍ଷା ପରେ ଶହୀଦଙ୍କୁ ମିଳିବ ସମ୍ମାନ । 2001 ମସିହାରେ ଆରମ୍ଭ ହୋଇଥିବା ଶହୀଦଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଓ ଉଦ୍ୟାନ ପାଇଁ ସହାୟତା କରିଛନ୍ତି କେନ୍ଦ୍ରାପଡା ସାଂସଦ ଆଉ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ‘ଇଟିଭି ଭାରତ’ ।

ଡିଜାଇନ ଫଟୋ

By

Published : Sep 26, 2019, 3:44 PM IST

କେନ୍ଦ୍ରାପଡା: 1999 ରୁ 2019 । ଦୀର୍ଘ 20 ବର୍ଷର ଅପେକ୍ଷା ପରେ ଶହୀଦଙ୍କୁ ମିଳିବ ସମ୍ମାନ । 2001 ମସିହାରେ ଆରମ୍ଭ ହୋଇଥିବା ଶହୀଦଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଓ ଉଦ୍ୟାନ ପାଇଁ ସହାୟତା କରିଛନ୍ତି କେନ୍ଦ୍ରାପଡା ସାଂସଦ ଆଉ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ‘ଇଟିଭି ଭାରତ’ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କାରଗିଲ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରି ଦେଶ ପାଇଁ ଶହୀଦ ହୋଇଥିବା କେନ୍ଦ୍ରାପଡାର ଲଢୁଆ ପୁଅ ଶହୀଦ ସଚ୍ଚିଦାନନ୍ଦ ମଲ୍ଲିକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ‘ଇଟିଭି ଭାରତ’ କରିଥିବା ପ୍ରୟାସ ସଫଳ ହୋଇଛି । ୧୯୯୯ ମସିହା ମେ ୩ ତାରିଖରୁ କାରଗିଲ ଯୁଦ୍ଧ ଆରମ୍ଭ ହୋଇ ଜୁଲାଇ ୨୬ତାରିଖରେ ଶେଷ ହୋଇଥିଲା । ସେହି ଯୁଦ୍ଧରେ କେନ୍ଦ୍ରାପଡା ରାଜକନିକା ବ୍ଲକ କଣ୍ଡିଆ ଗାଁର ଓଡିଆ ପୁଅ ଲାନ୍ସନାୟକ ସଚ୍ଚିଦାନନ୍ଦ ମଲ୍ଲିକ ଜୁନ ୨୮ ତାରିଖରେ ବୀରଗତି ପ୍ରାପ୍ତ ହୋଇଥିଲେ । ସେବେଠୁ ଶହୀଦଙ୍କ ବାପା ଉପେନ୍ଦ୍ର ମଲ୍ଲିକ ଓ ମା ମାଳତୀଲତା ମଲ୍ଲିକଙ୍କ ଗୋଟିଏ ଇଛା ଥିଲା ଗାଁ ମୁଣ୍ଡରେ ନିଜ ଶହୀଦ ପୁଅର ପ୍ରତିମୂର୍ତ୍ତିଟିଏ ତିଆରି ହେଉ ଆଉ ସେ ପ୍ରତିମୂର୍ତ୍ତିକୁ ଦେଖି ସମସ୍ତେ ଦେଶଭକ୍ତିର ଗାଥା ଜାଣନ୍ତୁ । କିନ୍ତୁ ସେମାନଙ୍କର ଆଶା ଆଶାରେ ରହିଯାଇଥିଲା । ଅସୁସ୍ଥ ବୃଦ୍ଧ ପିତାମାତା ପ୍ରତିମୂର୍ତ୍ତିକୁ ଚାହିଁଚାହିଁ ଆଖିବୁଜିବା ସାର ହେଲା ।

ତେବେ ଗତ ୨୦୦୧ ମସିହାରେ ତତ୍କାଳୀନ କେନ୍ଦ୍ରାପଡା ଲୋକସଭା ସାଂସଦ ପ୍ରଭାତ ସାମନ୍ତରାୟଙ୍କ ପାଣ୍ଠିରୁ କଣ୍ଡିଆହାଟ ଫାଣ୍ଡି ନିକଟରେ ପ୍ରତିମୂର୍ତ୍ତିଟିଏ ନିର୍ମାଣ ପାଇଁ ୧ ଲକ୍ଷ ଟଙ୍କା ଦିଆଯାଇଥିଲା । କିନ୍ତୁ ସରକାରୀ ବାବୁମାନଙ୍କ ଉଦାସୀନତା ଓ ରାଜନୈତିକ ବଳ କଷାକଷି ପାଇଁ ଏହି ବୀର ଯବାନଙ୍କର ପ୍ରତିମୂର୍ତ୍ତି ହୋଇପାରିନଥିଲା ।

ଏନେଇ ଗତ ଜୁଲାଇ ୨୬ତାରିଖ କାରଗିଲ ବିଜୟ ଦିବସ ଅବସରରେ ‘ଇଟିଭି ଭାରତ’ ଖବର ପ୍ରସାରଣ କରିଥିଲା । ଏହା ସହ ବାରମ୍ବାର ମଧ୍ୟ ପ୍ରତିମୂର୍ତ୍ତି ଓ ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲା ‘ଇଟିଭି ଭାରତ’ । ସେପଟେ ବାସ୍ତବିକ ଘଟଣାକୁ ଅନୁଧ୍ୟାନ କରିବା ପାଇଁ ଗତ ୧୬ ସେପ୍ଟେମ୍ବର ଅପରାହ୍ନରେ ପ୍ରସ୍ତାବିତ ପ୍ରତିମୂର୍ତ୍ତି ନିର୍ମାଣ ସ୍ଥାନକୁ ପରିଦର୍ଶନ କରିଥିଲେ ଜିଲ୍ଲାପାଳ । ଏହାପରେ ଜିଲ୍ଲାପାଳ, କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ଏ ସମ୍ବନ୍ଧରେ ଅବଗତ କରାଇବା ପରେ ସାଂସଦ ଉକ୍ତ ସ୍ଥାନରେ ଶହୀଦ ସଚ୍ଚିଦାନନ୍ଦଙ୍କର ପ୍ରତିମୂର୍ତ୍ତି ସ୍ଥାପନ ସହ ଏକ ସୁନ୍ଦର ପାର୍କ ପାଇଁ ସାଂସଦ ପାଣ୍ଠିରୁ ୨୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details