ଓଡିଶା

odisha

ETV Bharat / state

ଭିତରକନିକାରେରେ ଡଲଫିନ ଗଣନା ଆରମ୍ଭ, ସଂଖ୍ୟା ବୃଦ୍ଧି ନେଇ ଆଶା - ଭିତରକନିକାରେ ଡଲଫିନ ଗଣନା

ଭିତରକନିକାରେ ଡଲଫିନ ଗଣନା ଆଜି ଠାରୁ ଆରମ୍ଭ ହେବ । ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ୯ଟି ସ୍ଥାନରେ ସକାଳ ୬ ରୁ ଦିନ ୧୨ ଯାଏଁ ହେବ ସାମୁଦ୍ରିକ ଜଳଚର ପ୍ରାଣୀ ଡ଼ଲଫିନ ଗଣନା। ଅଧିକ ପଢନ୍ତୁ

ଡ଼ଲଫିନ ଗଣନା
ଡ଼ଲଫିନ ଗଣନା

By

Published : Dec 21, 2022, 3:34 PM IST

ଡ଼ଲଫିନ ଗଣନା

କେନ୍ଦ୍ରାପଡା:ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠାରୁ ଆରମ୍ଭ ହେଲା ଡଲଫିନ ଗଣନା । ଏହା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଚାଲିବ । ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ୯ଟି ସ୍ଥାନରେ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଡଲଫିନ ଗଣନା ହେବ ।

ଗତବର୍ଷ ଜାତୀୟ ଉଦ୍ୟାନରେ ମୋଟ ୫୪୦ଟି ଡଲଫିନକୁ ଚିହ୍ନଟ କରାଯାଇଥିବା ବେଳେ ଚଳିତବର୍ଷ ଏମାନଙ୍କ ସଂଖ୍ୟା ବୃଦ୍ଧି ହେବା ଆଶାରେ ରହିଛନ୍ତି ଟିମ୍‌ ସଦସ୍ୟ । ଜାତୀୟ ଉଦ୍ୟାନ ମଧ୍ୟରେ ମୁଖ୍ୟତଃ ଇରାୱାଡି, ବଟଲନୋଜ, ହମ୍ପବ୍ୟାକ, ଷ୍ଟ୍ରିପେଡ ଓ ସ୍ପିନର ଜାତୀୟ ଡଲଫିନ ଦେଖିବାକୁ ମିଳୁଥିବା ବେଳେ ଏମାନଙ୍କ ମଧ୍ୟରୁ ଷ୍ଟ୍ରିପେଡ ଓ ସ୍ପିନର ପ୍ରଜାତିର ଡଲଫିନ ଭିତରକନିକା ବ୍ୟତୀତ ଅନ୍ୟ କେଉଁଠାରେ ଦେଖା ଯାଆନ୍ତି ନାହିଁ । ତେବେ ଗତବର୍ଷ ଗୋଲାପୀ ରଙ୍ଗର ଦେଖାଯାଉଥିବା ଡଲ୍‌ଫିନ୍‌ ବା ଇଣ୍ଡୋ-ପାସିଫିକ ଡଲ୍‌ଫିନ୍‌ ଦେଖାଯାଇଥିବା ବେଳେ ଏହି ପ୍ରଜାତି କେବଳ ଭାରତ ଓ ଇଣ୍ଡୋନେସିଆର ପୂର୍ବ ଏବଂ ପଶ୍ଚିମ ଭାଗରେ ଦେଖାଯାଏ । ଏଥିସହ ଗାଞ୍ଜାଟିକ ରିଭର ଡଲଫିନ ମଧ୍ୟ ଏହି ପରିସଂସ୍ଥାନ ମଧ୍ୟରେ ଦେଖାଯାଏ ବୋଲି କହିଛନ୍ତି ଗଣନାକାରୀ ।

ତଥ୍ୟ ଅନୁସାରେ, ୨୦୧୫ ମସିହାରୁ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଗଣନାକୁ ୭ବର୍ଷ ପୁରିବାକୁ ଯାଉଥିବା ବେଳେ ଗତବର୍ଷର ସଂଖ୍ୟାତ୍ମକ ବୃଦ୍ଧି ଅନେକ ଜୀବ ବିଜ୍ଞାନୀ, ପରିବେଶବିତ ଓ ସ୍ଥାନୀୟ ଜନସାଧାରଣଙ୍କୁ ଉତ୍ସାହିତ କରିଛି । ଚଳିତବର୍ଷ ଗଣନା ପାଇଁ ମୋଟ ୯ଟି ଟିମ୍‌ରେ ୭୦ଜଣ ଗଣନାକାରୀ ଚୟନ ହୋଇଥିବା ବେଳେ ମୋଟ ୪ଟି ଟ୍ରଲର ଓ ୬ଟି ବୋଟ୍‌ ଏହି ଗଣନା କାର୍ଯ୍ୟରେ ବ୍ୟବହାର କରାଯିବ ।

ଏହା ମଧ୍ୟ ପଢନ୍ତୁ: ଗ୍ରାମାଞ୍ଚଳର ସାଢ଼େ ୯ ଲକ୍ଷ ପରିବାରକୁ ମିଳିବ PM ଆବାସ, ଜିଲ୍ଲାପାଳଙ୍କ ସହ କଥା ହେଲେ CS

ଆଉଟର ହ୍ବିଲରରୁ ଚିଞ୍ଚିରି, ଏକକୁଳା, ହାବିଳିଖଟି, ସାତଭାୟା, ବରୁଣେଇ ମୂହାଣରୁ ଚିଞ୍ଚିରୀ ଓ ପାରାଦ୍ବୀପ, ମହିପୁର ମୂହାଣରୁ ଗୁପ୍ତି, ହଂସୁଆ ପୋଲଠାରୁ ଖୋଳା, ଖୋଳାରୁ ଧାମରା ମୁହାଣ, ନଳିତାପାଟିଆ, କାଳୀଭଞ୍ଜଡ଼ିଆ, କଣ୍ଟିଆଖାଇ ଭଳି ମୋଟ ୧୦ରୁ ଊର୍ଦ୍ଧ୍ବ ସ୍ଥାନ ଓ ୯ଟି ରେଞ୍ଜରେ ଏହି ଗଣନା କରାଯିବା ପାଇଁ ମଙ୍ଗଳବାର ଦିନ ବରିଷ୍ଠ ଗଣନାକାରୀ ଡକ୍ଟର ଶିବପ୍ରସାଦ ପରିଡାଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ ତାଲିମ ଦେଇଥିଲେ। ଏହାପୂର୍ବରୁ ଡଲଫିନଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ନଦୀ ଓ ସମୁଦ୍ର କୂଳରେ ବସବାସ କରୁଥିବା ଜନସାଧାରଣଙ୍କୁ ରାଜନଗର ବନଖଣ୍ଡ ପକ୍ଷରୁ ସଚେତନ କରାଯାଇଥିଲା।

ପୂର୍ବରୁ ସାରା ରାଜ୍ୟ, ଦେଶ ଓ ବିଶ୍ୱ ଭିତରକନିକାକୁ କୁମ୍ଭୀରଙ୍କ ଏନ୍ତୁଡ଼ିଶାଳ ବୋଲି ଜାଣିଥିବା ବେଳେ ଏବେ ପରିସଂସ୍ଥା ପାଇଁ ବିଶ୍ୱରେ ଭିତରକନିକା ଡଲଫିନ୍‌ଙ୍କୁ ସୁରକ୍ଷିତ ସ୍ଥାନ ଭାବେ ଚିହ୍ନଟ ହେବାକୁ ଯାଉଥିବା ବେଳେ ଏହା ସମଗ୍ର ଅଞ୍ଚଳ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଗର୍ବ ଏବଂ ଗୌରବର ବିଷୟ ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details