ଓଡିଶା

odisha

ETV Bharat / state

କେନ୍ଦ୍ରାପଡାରେ ମୋ ସ୍କୁଲ ଅଭିଯାନର ଜିଲ୍ଲାସ୍ତରୀୟ ବୈଠକ - Mo school aviyan

ମୋ ସ୍କୁଲ ଅଭିଯାନର ସଫଳ କାର୍ଯ୍ୟକାରିତା କ୍ଷେତ୍ରରେ ଜିଲ୍ଲାର ପୁରାତନ ଛାତ୍ରଛାତ୍ରୀମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ସରକାର ଆଲୁମିନିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ସରକାର । ଅଧିକ ପଢନ୍ତୁ...

କେନ୍ଦ୍ରାପଡାରେ ମୋ ସ୍କୁଲ ଅଭିଯାନର ଜିଲ୍ଲାସ୍ତରୀୟ ବୈଠକ
କେନ୍ଦ୍ରାପଡାରେ ମୋ ସ୍କୁଲ ଅଭିଯାନର ଜିଲ୍ଲାସ୍ତରୀୟ ବୈଠକ

By

Published : Apr 15, 2021, 6:12 AM IST

ମୋ ସ୍କୁଲ ଅଭିଯାନର ସଫଳ କାର୍ଯ୍ୟକାରିତା କ୍ଷେତ୍ରରେ ଜିଲ୍ଲାର ପୁରାତନ ଛାତ୍ରଛାତ୍ରୀମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ସରକାର ଆଲୁମିନିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହିକ୍ରମରେ ଇଚ୍ଛାପୁର ହାଇସ୍କୁଲରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ 'ମୋ ସ୍କୁଲ ଅଭିଯାନ' କାର୍ଯ୍ୟକ୍ରମରେ ଜିଲ୍ଲାର ୯ଟି ବ୍ଲକ ଓ ଦୁଇଟି ମ୍ୟୁନିସିପାଲିଟିରେ ଥିବା ବିଭିନ୍ନ ସରକାରୀ ବିଦ୍ୟାଳୟ ଗୁଡିକର ପୁରାତନ ଛାତ୍ରମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଉଦବୋଧନ ଦେଇ ବିଦ୍ୟାଳୟ ପ୍ରତି ଥିବା ପ୍ରତିବଦ୍ଧତାକୁ ନ ଭୁଲି ଏହାର ବିକାଶ ପାଇଁ ଆଗେଇ ଆସିବାକୁ କହିଥିଲେ ।

କେନ୍ଦ୍ରାପଡାରେ ମୋ ସ୍କୁଲ ଅଭିଯାନର ଜିଲ୍ଲାସ୍ତରୀୟ ବୈଠକ

ଛାତ୍ରମାନଙ୍କୁ ସମାଜରେ ପ୍ରତିଷ୍ଠା ଦେଇଥିବା ନିଜ ସ୍କୁଲର ସର୍ବାଙ୍ଗୀନ ବିକାଶ ପାଇଁ ସମ୍ମିଳିତ ଉଦ୍ୟମ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍କୁଲର 'ମୋ ସ୍କୁଲ ଅଭିଯାନ'ର ପୁରାତନ ଛାତ୍ରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ଧନ୍ୟବାଦ ପତ୍ର ପ୍ରଦାନ କରିଥିଲେ ଜିଲ୍ଲାପାଳ ।

ରାଜ୍ୟ ସରକାର, ଭିତ୍ତିଭୂମି ଅଭାବ ଥିବା ଓ ପ୍ରଶିକ୍ଷଣ ପାଇନଥିବା ଘରୋଇ ସ୍କୁଲଗୁଡିକୁ ବନ୍ଦ କରି ସରକାରୀ ସ୍କୁଲକୁ ପ୍ରୋତ୍ସାହନ ଯୋଗାଇଦେବାକୁ ଦାବି କରିଥିଲେ ପୁରାତନ ଛାତ୍ର ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details