କେନ୍ଦ୍ରାପଡା: ପ୍ରତିଶୃତି ରକ୍ଷା କଲା ଜିଲ୍ଲା ପ୍ରଶାସନ। ଗତ ଶୁକ୍ରବାର ଜିଲ୍ଲାପାଳ ପ୍ରଥମେଶର ପରିବାରକୁ ସହାୟତାର ପ୍ରତିଶୃତି ଦେଇଥିଲେ । ଗତ ସୋମବାର ଉପ ଜିଲ୍ଲାପାଳ ପ୍ରଥମେଶର ବାପା ଓ ମାଙ୍କୁ ଚିକିତ୍ସା ଯୋଗାଇଦେବା ପ୍ରତିଶୃତି ଦେବାପରେ ବୁଧବାର ତାହା କାର୍ଯ୍ୟକାରୀ ହୋଇଛି । ପ୍ରଥମେଶର ବାପା ପବିତ୍ର ବେହେରାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠାଯାଇଛି।
ପ୍ରତିଶୃତି ପାଳିଲା ପ୍ରଶାସନ, ପ୍ରଥମେଶର ବାପା ଗଲେ ହସ୍ପିଟାଲ - ପ୍ରଥମେଶର ବାପା ଗଲେ ହସ୍ପିଟାଲ
ପ୍ରତିଶୃତି ରକ୍ଷା କଲା ଜିଲ୍ଲା ପ୍ରଶାସନ। ଗତ ଶୁକ୍ରବାର ଜିଲ୍ଲାପାଳ ପ୍ରଥମେଶର ପରିବାରକୁ ସହାୟତାର ପ୍ରତିଶୃତି ଦେଇଥିଲେ । ଗତ ସୋମବାର ଉପ ଜିଲ୍ଲାପାଳ ପ୍ରଥମେଶର ବାପା ଓ ମାଙ୍କୁ ଚିକିତ୍ସା ଯୋଗାଇଦେବା ପ୍ରତିଶୃତି ଦେବା ପରେ ବୁଧବାର ତାହା କାର୍ଯ୍ୟକାରୀ ହୋଇଛି । ଅଧିକ ଖବର ପଢନ୍ତୁ...
ପ୍ରତିଶ୍ରୁତି ରକ୍ଷା କଲା ଜିଲ୍ଲା ପ୍ରଶାସନ, ପ୍ରଥମେଶର ବାପା ଗଲେ ହସ୍ପିଟାଲ
ଏଥିସହ ପ୍ରଥମେଶର ପାଠପଢ଼ା ଉପରେ ଦୃଷ୍ଟି ଦେବାକୁ ମଧ୍ୟ ପ୍ରଶାସନ ଆଗଭର ହୋଇଛି । ଜିଲ୍ଲାର ମାର୍ଶାଘାଇ ବ୍ଲକ ଆଠବାଟିଆ ଗାଁର ୪୦ ବର୍ଷୀୟ ପବିତ୍ର କୁମାର ବେହେରା, ପତ୍ନୀ ଚମ୍ପାବତୀ, ବଡ ପୁଅଙ୍କ ଦୁଃଖଦ କାହାଣୀ ସହ ସାନ ପୁଅ ପ୍ରଥମେଶର ଦାୟିତ୍ବ ସେବାକୁ ନେଇ ଖବର ପ୍ରକାଶ ପରେ ବଢିଛି ସହାୟତାର ହାତ। ଗତ ରବିବାର ଦିନ ଇଟିଭି ଭାରତରେ ଖବର ପ୍ରସାରଣ ସହ ସାମାଜିକ ଗଣମାଧ୍ୟମରେ ସହାୟତା ପାଇଁ ଆମେ ଅନୁରୋଧ କରିଥିଲୁ । ଏହାପରେ ଏହି ଅସହାୟ ଦୁଃଖୀ ପରିବାରକୁ ମିଳିବାରେ ଲାଗିଛି ସହାୟତା ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ