କେନ୍ଦ୍ରାପଡା:ଜମିଜମା ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟାଇଲେ ସମ୍ପର୍କୀୟ । ଦୀର୍ଘ ବର୍ଷରୁ ଲାଗିରହିଥିଲା ଜମିଜମା ବିବାଦରେ ବଳି ପଡିଲେ ଦିବ୍ୟାଙ୍ଗ ଯୁବକ । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖସାଡି ଗ୍ରାମରେ । ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ ।
ସୂଚନାଅନୁସାରେ, ଖସାଡି ଗ୍ରାମର ଏକାଦଶୀ ସ୍ବାଇଁ ନାମକ ଜଣେ ଯୁବକଙ୍କ ପରିବାର ସହିତ ତାଙ୍କ ସମ୍ପର୍କୀୟଙ୍କ ଜମିଜମା ବିବାଦ ଲାଗି ରହିଥିଲା । ଆଜି ସକାଳୁ ଏକାଦଶୀ ଦୋକାନକୁ ଯାଉଥିବା ବେଳେ ଯୋଜନାବଦ୍ଧ ଭାବେ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ ତାଙ୍କ ସମ୍ପର୍କୀୟ । ଏକାଦଶୀଙ୍କୁ ନିର୍ଧୁମ ପିଟିବାକୁ ଲାଗିଥିଲେ ତାଙ୍କ ସମ୍ପର୍କୀୟ ।