ଓଡିଶା

odisha

ETV Bharat / state

ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ସମାଲୋଚନା - comment

"ମୋ ବୁଥ ସବୁଠୁ ମଜବୁତ"କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୁରୁବାର ଏହି କ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ନିର୍ବାଚନ ମଣ୍ଡଳୀର ଭୋଳହାଟ ପଡ଼ିଆରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି।

ଫଟୋ ସୌଜନ୍ୟ : ସମ୍ବାଦଦାତା, କେନ୍ଦ୍ରାପଡା

By

Published : Mar 1, 2019, 10:47 AM IST

କେନ୍ଦ୍ରାପଡା: ସାରା ଦେଶରେ କମଲ ଓ ବିଜେପି ଲହର ଜାରି ରଖିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଡାକରାରେ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଏକାଠି କରି ଜନସାଧାରଣ କିଭଳି ବିଜେପି ସହିତ ଅଧିକରୁ ଅଧିକ ଯୋଡି ହେବେ ସେଥିନେଇ "ମୋ ବୁଥ ସବୁଠୁ ମଜବୁତ"କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୁରୁବାର ଏହି କ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଭୋଳହାଟ ପଡ଼ିଆରେ କର୍ମୀଙ୍କୁ ଉଦବୋଧନ ଦେଇ "ଦେଶ ଦେଖୁଛି,ଚୌକିଦାର ଚାହିଁଛି ଓ ଶତ୍ରୁ ନିପାତରେ ଲାଗିପଡିଛି " ବୋଲି କହିଥିଲେ।

ଆହୁରି ମଧ୍ୟ ଶତ୍ରୁ ରାଷ୍ଟ୍ର ଭୟରେ ଥରି ଉଠୁଛି କାରଣ ଆମ ଦେଶର ପ୍ରଧାନମନ୍ତ୍ରୀ ବିଶ୍ୱର ଜନନାୟକ ସାଜିଛନ୍ତି ବୋଲି ମଧ୍ୟ କର୍ମୀଙ୍କୁ କହିଥିଲେ। ଯେଉଁମାନେ ବୀର ଯବାନଙ୍କ ମୃତ୍ୟୁରେ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ, ସେମାନେ ଜଣେ ଶହୀଦର ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରିବା ଘଟଣା ସେମାନଙ୍କର ନୀଳବର୍ଣ୍ଣ ଶୃଗାଳ ବେଶକୁ ପଦାରେ ପକାଇଦେଇଛି।ପାକିସ୍ତାନ ଗଣମାଧ୍ୟମରେ ଏହି ଚର୍ଚ୍ଚା ଦେଶକୁ ନିନ୍ଦିତ କରିଛି। ଏଭଳି କିଛି ରାଜନେତାଙ୍କ ପାଇଁ ଦଳର ମୁଖିଆ ଦାୟୀ ବୋଲି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ତେର୍ଛା ବାଣ ମାରିଛନ୍ତି।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କେନ୍ଦ୍ରାପଡା

ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ଥିବା କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଏହାକୁ ଦଳର କାର୍ଯ୍ୟକର୍ତ୍ତାଙ୍କ ସହ ମଞ୍ଚ ତଳେ ବସି ଦେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମଥର ପାଇଁ କେନ୍ଦ୍ରମନ୍ତ୍ରୀ ପାଟକୁରା ନିର୍ବାଚନ ମଣ୍ଡଳୀକୁ ଗସ୍ତରେ ଆସିଥିବାରୁ କର୍ମୀ, ନେତା ଓ ଜନସାଧାରଣ ଖୁବ ଖୁସି ଅଛନ୍ତି ବୋଲି କହିଛନ୍ତି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନମୋହନ ଜେନା।

ଭାରତର ୭ ହଜାର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା କାର୍ଯ୍ୟକର୍ତ୍ତାଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଦେଇଥିବା ବାର୍ତ୍ତା ସମସ୍ତ ବୁଥସ୍ତରୀୟ କର୍ମୀ ସଠିକ ଭାବରେ କାର୍ଯ୍ୟରେ ଲଗାଇଲେ ବିଜେପି ଆହୁରି ମଜବୁତ ହେବ ବୋଲି କହିଛନ୍ତି ଦଳର କେନ୍ଦ୍ରାପଡ଼ା ଲୋକସଭା ଟିକେଟ ଆଶାୟୀ ବିଷ୍ଣୁ ଦାସ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details