ଓଡିଶା

odisha

ଏକାଧିକ ଲୁଟରେ ସମ୍ପୃକ୍ତ 5 ଲୁଟେରା ଗିରଫ, ବିଭିନ୍ନ ଲୁଟ ସାମଗ୍ରୀ ଜବତ

By

Published : Jun 14, 2021, 6:45 PM IST

କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ପୋଲିସ କବ୍ଜାରେ ଏକାଧିକ ଡକାୟତିରେ ସାମିଲ 4 ଲୁଟେରା । ଅଧିକ ପଢନ୍ତୁ...

ଏକାଧିକ ଲୁଟରେ ସମ୍ପୃକ୍ତ 4 ଲୁଟେରାଙ୍କୁ ଧରିଲା ଡେରାବିଶ ଥାନା ପୋଲିସ
ଏକାଧିକ ଲୁଟରେ ସମ୍ପୃକ୍ତ 4 ଲୁଟେରାଙ୍କୁ ଧରିଲା ଡେରାବିଶ ଥାନା ପୋଲିସ

କେନ୍ଦ୍ରାପଡା:ଗ୍ରାମାଞ୍ଚଳରେ ମାତିଛନ୍ତି ଲୁଟେରା । ମହାମାରୀ କୋରୋନା ସମୟରେ ଲକଡାଉନ ଓ ସଟଡାଉନ ସୁଯୋଗ ନେଇ ଲୁଟେରାମାନେ ବିଭିନ୍ନ ଦେବାଦେବୀ ମନ୍ଦିର ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଓ ସାଧାରଣ ଜନତାଙ୍କ ଘରେ ବୁଲାଉଛନ୍ତି କଳାକନା। କେନ୍ଦ୍ରାପଡା ଡେରାବିଶ୍ ଥାନା ଅଞ୍ଚଳରେ ଦୀର୍ଘ ଦୁଇବର୍ଷ ହେବ ଲୁଟେରାମାନେ ବିଭିନ୍ନ ମନ୍ଦିରରୁ ଅଳଙ୍କାର ଚୋରି କରି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ। ଏହି ଚୋରି ଘଟଣାରେ ବିଭିନ୍ନ ମନ୍ଦିରରୁ ଅଳଙ୍କାର ଚୋରି କରୁଥିବା ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ଡେରାବିଶ ଥାନା ପୋଲିସ ।

ଏକାଧିକ ଲୁଟରେ ସମ୍ପୃକ୍ତ 4 ଲୁଟେରାଙ୍କୁ ଧରିଲା ଡେରାବିଶ ଥାନା ପୋଲିସ

ଲୁଟେରାଙ୍କ ଠାରୁ ବିଭିନ୍ନ ସୁନାରୂପା ଅଳଙ୍କାର ସହିତ ମାଇକ ମେସିନ ଜବତ କରିଛି ପୋଲିସ । ଘଟଣାରେ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଥିବାବେଳେ ଏହି ଲୁଟେରା ଦଳର ଅନ୍ୟ ସଦସ୍ୟମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଗିରଫ ହୋଇଥିବା 5 ଅଭିଯୁକ୍ତ ଡେରାବିଶ୍ ଅଞ୍ଚଳର ହୋଇଥିବାବେଳେ ଜଣେ ଅଭିଯୁକ୍ତ କଟକ ଜିଲ୍ଲା ଅସୁରେଶ୍ବର ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନେ ହେଲେ ଅମୀୟ ଦାସ, ପ୍ରତାପ କାଣ୍ଡି, ଅଭୟ କାଣ୍ଡି, ସୁନାକର କାଣ୍ଡି ଓ ନିରଞ୍ଜନ ବେହେରା ବୋଲି ପୋଲିସ ସୂଚନା ଦେଇଛି। ଡେରାବିଶ୍ ଅଞ୍ଚଳରେ ଚୋରିକୁ ରୋକ ଲଗାଇବା ପାଇଁ ଡେରାବିଶ୍ ପୋଲିସ ସଜାଗ ରହିଥିବା କହିଛନ୍ତି ଥାନା ଅଧିକାରୀ ସୁମନ୍ତ କିଷାନ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି ,ଇଟିଭି ଭାରତ

ABOUT THE AUTHOR

...view details