କେନ୍ଦ୍ରାପଡା: ସମିତିସଭ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ପାଇଁ ନିର୍ବାଚନ ରଣକ୍ଷେତ୍ର ପ୍ରସ୍ତୁତ । ଡେରାବିଶ୍ ବ୍ଲକରେ ଦୀର୍ଘ ଏକ ଦଶନ୍ଧି ଧରି ବିଜେଡିର ସଭାପତି ଦାୟିତ୍ୱରେ ଥିବା ଦେବାଶିଷ ଆଚାର୍ଯ୍ୟଙ୍କ ଜନ୍ମଭୂମି ରତାଦିଆ ଖଣ୍ଡସାହି ପଞ୍ଚାୟତରେ । ସେଠାରେ ସେ ଗତ ୨୦୧୭ ମସିହାରେ ବ୍ଲକର ସୀମାନ୍ତବର୍ତ୍ତୀ ପଞ୍ଚାୟତ ବେଣୀପୁରରୁ ପ୍ରତିନିଧିତ୍ୱ କରି ଅଧ୍ୟକ୍ଷ ପାଇଁ ନିର୍ବାଚନ ଲଢୁଥିଲେ । ଯଦିଓ ମାତ୍ର ୨ ଖଣ୍ଡ ଭୋଟରେ ଦେବାଶିଷଙ୍କୁ ପରାଜୟ ମୁହଁ ଦେଖିବାକୁ ପଡିଥିଲା କିନ୍ତୁ, ତାଙ୍କୁ ପରାସ୍ତ କରିଥିବା ପ୍ରାର୍ଥୀ ବିଜେଡିର ହିଁ ଥିଲେ ।
Panchayat Poll: ଡେରାବିଶ୍ ବିଜେଡି ସଭାପତି ଦେବାଶିଷଙ୍କ ଭାଗ୍ୟ ପରୀକ୍ଷା
ଡେରାବିଶ୍ ବ୍ଲକରେ ଦୀର୍ଘ ଏକ ଦଶନ୍ଧି ଧରି ବିଜେଡିର ସଭାପତି ଦାୟିତ୍ୱରେ ଥିବା ଦେବାଶିଷ ପୁନର୍ବାର ସୀମାନ୍ତବର୍ତ୍ତୀ ଜଂରା ବାରିମୂଳ ପଞ୍ଚାୟତରୁ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଅଧିକ ପଢନ୍ତୁ
Panchayat Poll: ଡେରାବିଶ୍ ବିଜେଡି ସଭାପତି ଦେବାଶିଷଙ୍କ ଭାଗ୍ୟ ପରୀକ୍ଷା
ତେବେ ଚଳିତ ନିର୍ବାଚନରେ ଦେବାଶିଷ ପୁନର୍ବାର ସୀମାନ୍ତବର୍ତ୍ତୀ ଜଂରା ବାରିମୂଳ ପଞ୍ଚାୟତରୁ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଦଳୀୟ ନିର୍ଦ୍ଦେଶ ସହ ପଞ୍ଚାୟତ ସମିତି ଚାଲିବା ପାଇଁ ମଜବୁତ ସଦସ୍ୟଙ୍କ ଆବଶ୍ୟକତା ରହିଥିବା କାରଣରୁ ଦେବାଶିଷ ଏହି ପଞ୍ଚାୟତରେ ପ୍ରାର୍ଥୀତ୍ବ ଜାହିର କରୁଛନ୍ତି । ତେବେ କିଭଳି ରହିଛି ଦେବାଶିଷଙ୍କ ସ୍ଥିତି ଆଉ କିପରି ଜଣେ ଅନ୍ୟ ପଞ୍ଚାୟତର ପ୍ରାର୍ଥୀଙ୍କୁ ଭୋଟର ଗ୍ରହଣ କରିବେ ସେନେଇ ଅଧିକ ଆଲୋଚନା କରିଛନ୍ତି ଆମ କେନ୍ଦ୍ରାପଡ଼ା ପ୍ରତିନିଧି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ