ଓଡିଶା

odisha

ETV Bharat / state

ଦାନ୍ତ ଡାକ୍ତରଙ୍କ ଆତ୍ମହତ୍ୟା, ପୋଲିସ ଉପସ୍ଥିତିରେ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ - ପୋଲିସ ଉପସ୍ଥିତିରେ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ

କେନ୍ଦ୍ରାପଡାରେ ଦାନ୍ତ ଡାକ୍ତରଙ୍କ ଆତ୍ମହତ୍ୟା । ଡାକ୍ତରଙ୍କ ଆତ୍ମହତ୍ୟା ପରେ ପୋଲିସ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସ୍ତ୍ରୀ । ମୃତ ଡାକ୍ତର ହେଲେ ମନୋଜ ବସନ୍ତିଆ । ଅଧିକ ପଢନ୍ତୁ

ଦାନ୍ତ ଡାକ୍ତରଙ୍କ ଆତ୍ମହତ୍ୟା
ଦାନ୍ତ ଡାକ୍ତରଙ୍କ ଆତ୍ମହତ୍ୟା

By

Published : Oct 28, 2022, 11:07 PM IST

କେନ୍ଦ୍ରାପଡା: ସହରରେ ଚାଞ୍ଚଲ୍ୟା । କେନ୍ଦ୍ରାପଡାରେ ଦାନ୍ତ ଡାକ୍ତରଙ୍କ ଆତ୍ମହତ୍ୟା । ଦାନ୍ତ ଡାକ୍ତରଙ୍କ ଆତ୍ମହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସ୍ତ୍ରୀ । ଯାହାକି ଆଜି ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ମୃତ ଡାକ୍ତର ହେଲେ ମନୋଜ ବସନ୍ତିଆ ।

ଦାନ୍ତ ଡାକ୍ତରଙ୍କ ଆତ୍ମହତ୍ୟା

ସୂଚନାନୁଯାୟୀ, ଯାଜପୁର ଜିଲ୍ଲା ବରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦନ୍ତରୋଗ ଡାକ୍ତର ଭାବେ କାମ କରୁଥିବା ପାଟକୁରା ଥାନା ନାରଣପୁର ଅଞ୍ଚଳର ମନୋଜ ବସନ୍ତିଆ । ସେ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ଅଞ୍ଚଳରେ ଘରଭଡା ନେଇ ରହୁଥିଲେ । ଦୀର୍ଘଦିନ ଧରି ପାରିବାରିକ କଳହ ଲାଗି ରହୁଥିବାରୁ ମନୋଜ ମାନସିକ ଚାପ ମଧ୍ୟରେ ରହିଥିଲେ । ତେବେ ଆଜି (ଶୁକ୍ରବାର)ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳୁ ତାଙ୍କ ଭଡା ଘରୁ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ ଏବଂ ପରିବାରବର୍ଗ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହକୁ ଜବତ କରୁଥିବା ସମୟରେ ମନୋଜଙ୍କ ପତ୍ନୀ ମମତା ସଙ୍ଗେ ସଙ୍ଗେ ପୋଲିସ ଉପସ୍ଥିତିରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: 24ଘଣ୍ଟିଆ ପାନୀୟ ଜଳ ଧୋକା ! ଘର ଆଗରେ ଲାଗିଛି ଟ୍ୟାପ୍, ଆସୁନି ପାଣି

ଓଭର ଡୋଜର ନିଦବଟିକା ଖାଇବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ମମତା ଓ ମନୋଜଙ୍କ ମଧ୍ୟରେ ଅନେକ ସମୟରେ କଳହ ଲାଗି ରହିଥିବା ବେଳେ ପୁର୍ବରୁ ଡାକ୍ତର ମନୋଜ ବହୁବାର ଆତ୍ମହତ୍ୟା ଉଦ୍ୟମ କରିଥିବା କହିଛନ୍ତି ସ୍ଥାନୀୟ ଲୋକେ । ଏପର୍ଯ୍ୟନ୍ତ ଆତ୍ମହତ୍ୟା କିମ୍ବା ଆତ୍ମହତ୍ୟା ଉଦ୍ୟମ ସମ୍ପର୍କରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଥିବା ବେଳେ ପୋଲିସ ନିଜଆଡୁ ମାମଲାର ତଦନ୍ତ କରୁଛି ।

ଏନେଇ ମନୋଜଙ୍କ ପତ୍ନୀ କହିଛନ୍ତି ," ମୁଁ ବାପ ଘରକୁ ଯାଇଥିଲି । ଆସିଲା ବେଳକୁ ସେ ଆଜି ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ଆମ ଭିତରେ କୌଣସି ଝଗଡା ହୋଇନାହିଁ । ସ୍ୱାମୀଙ୍କ ବିନା ବଞ୍ଚି ରହିବା ପାଇଁ ଇଚ୍ଛା ନାହିଁ । ସେଥିପାଇଁ ମୁଁ ଆତ୍ମହତ୍ୟା ଉଦ୍ୟମ କରିଥିଲି । ମୁଁ ଆଉ ବଞ୍ଚିକି କଣ କରିବି ବୋଲି ଆଜି ପୋଲିସ ସାମ୍ନାରେ ଓୌଷଧ ଖାଇଲି । କିନ୍ତୁ ପୋଲିସ ଜାଣିପାରିଲା ନାହିଁ । ଆମ ଭିତରେ ଏମିତି ଝଗଡା ହୁଏ ।"

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details