ଓଡିଶା

odisha

ETV Bharat / state

ଦିନିଆରି ଗାଁରୁ 100 ମିଟର ଦୂରରେ ବ୍ରାହ୍ମଣୀ, ଦୁର୍ବଳ ନଦୀବନ୍ଧ ମରାମତି ପାଇଁ ଦାବି - ନଦୀର କରାଳ ରୂପ

ନଦୀର କରାଳ ରୂପରେ ନିଶ୍ଚିହ୍ନ ହେଲାଣି ଗାଁ । ଅନ୍ୟପଟେ ଆଉ ଏକ ଗାଁ ଗ୍ରାସ କରିବାକୁ ମାତ୍ର 100ମିଟର ଦୂରରେ ନଦୀ । ଖୁବଶୀଘ୍ର ଏହି ଅଞ୍ଚଳକୁ ଜିଲ୍ଲାପାଳ ଗସ୍ତକରିବା ସହ ପରିସ୍ଥିତି ଅନୁଧ୍ୟାନ କରି ପଥର ପ୍ୟାକିଂ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ। ଅଧିକ ଖବର ପଢନ୍ତୁ...

ନଦୀର ଭୟଙ୍କର ରୂପ; ଦୁର୍ବଳ ନଦୀବନ୍ଧ ମରାମତି ପାଇଁ ଦାବି
ନଦୀର ଭୟଙ୍କର ରୂପ; ଦୁର୍ବଳ ନଦୀବନ୍ଧ ମରାମତି ପାଇଁ ଦାବି

By

Published : Aug 24, 2020, 5:00 PM IST

କେନ୍ଦ୍ରାପଡା: ନଦୀର କରାଳ ରୂପରେ ନିଶ୍ଚିହ୍ନ ହେଲାଣି ଗାଁ । ଅନ୍ୟପଟେ ଆଉ ଏକ ଗାଁ ଗ୍ରାସ କରିବାକୁ ମାତ୍ର 100ମିଟର ଦୂରରେ ନଦୀ । ଅଭିଯୋଗ ଅନୁଯାୟୀ, ଆଳି କୋଳଡିହ ପଞ୍ଚାୟତର ଚଉଦମାଣିଆ, ଜୁଣଗିରି, ରାଜପୁର ଓ ଚନ୍ଦନନଗର ଗାଁ ବ୍ରାହ୍ମଣୀ ଗର୍ଭରେ ବିଲୀନ ହୋଇସାରିଲାଣି । ଅନ୍ୟପକ୍ଷରେ ବର୍ତ୍ତମାନ ବ୍ରାହ୍ମଣୀ ଦିନିଆରି ଗାଁ ଠାରୁ 100ମିଟର ଦୂରରେ ପ୍ରବାହିତ ହେଉଛି ।

ନଦୀର ଭୟଙ୍କର ରୂପ; ଦୁର୍ବଳ ନଦୀବନ୍ଧ ମରାମତି ପାଇଁ ଦାବି

ଦୁର୍ଦ୍ଦିନ ଓ ଭୟରେ ଦିନିଆରି ଗାଁ ସମେତ ଇଚ୍ଛାପୁର, ତଳାଡିଆ, ବିଜୟନଗର ଓ ଜାମୁଦଣ୍ଡା ଆଦି ଗାଁର ମଧ୍ୟ ସମାନ ଅବସ୍ଥା। ବନ୍ୟାଜଳ ସାଙ୍ଗକୁ ବର୍ଷାଜଳ ବ୍ରାହ୍ମଣୀ ମଧ୍ୟଦେଇ ସମୁଦ୍ରକୁ ପ୍ରବାହିତ ହେଉଥିବା କାରଣରୁ ନଦୀର ପ୍ରଖର ସ୍ରୋତ ନଦୀବନ୍ଧର ମାଟି ଅତଡାକୁ ଧସେଇ ନେଉଛି ବୋଲି ଆଜି ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ଖୁବଶୀଘ୍ର ଏହି ଅଞ୍ଚଳକୁ ଜିଲ୍ଲାପାଳ ଗସ୍ତକରିବା ସହ ପରିସ୍ଥିତି ଅନୁଧ୍ୟାନ କରି ପଥର ପ୍ୟାକିଂ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ। ଯଦି ଗ୍ରାମବାସୀଙ୍କ ଏହି ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ଗ୍ରାମବାସୀମାନେ ସପରିବାରେ କଟକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details