ଓଡିଶା

odisha

ETV Bharat / state

ଖରସ୍ରୋତା ବିବାଦରେ ଗିରଫ ଆନ୍ଦୋଳନକାରୀଙ୍କୁ ନିସର୍ତ୍ତ ଖଲାସ ଦାବି - କେନ୍ଦ୍ରାପଡ଼ା କମ୍ୟୁନିଷ୍ଟ ପାର୍ଟିର ଗିରଫଙ୍କୁ ଖଲାସ ଦାବି

ଖରସ୍ରୋତା ବିବାଦ ଘଟଣାରେ ସଂପୃକ୍ତ ନଥାଇ ମଧ୍ୟ ପୋଲିସ ନିରୀହ ଜନସାଧାରଣଙ୍କୁ ବାନ୍ଧିଥିବା ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସହ ଗଣଧାରଣା ଦେଇଛି କମ୍ୟୁନିଷ୍ଟ ପାର୍ଟି। ଅଧିକ ପଢନ୍ତୁ...

ଖରସ୍ରୋତା ବିବାଦରେ ଗିରଫ ସମସ୍ତଙ୍କୁ ନିସର୍ତ୍ତ ଖଲାସ ଦାବି
ଖରସ୍ରୋତା ବିବାଦରେ ଗିରଫ ସମସ୍ତଙ୍କୁ ନିସର୍ତ୍ତ ଖଲାସ ଦାବି

By

Published : Aug 16, 2021, 6:39 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଭାରିଗଦା ପଞ୍ଚାୟତ ଖରସ୍ରୋତା ନଦୀରୁ ପାନୀୟ ଜଳ ପ୍ରକଳ୍ପ ବିବାଦ ଓ ଏହାପରେ ଉତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା ଘଟଣାରେ ପୋଲିସ ୨୪ ଜଣଙ୍କୁ ଗିରଫ କରି ହାଜତକୁ ପଠାଇଛି। ତେବେ କମ୍ପାନୀର ଯନ୍ତ୍ରାଂଶ ପୋଡି, ଗାଡିଭଙ୍ଗା ଆଦି ଘଟଣାରେ ସଂପୃକ୍ତ ନଥାଇ ମଧ୍ୟ ପୋଲିସ ନିରୀହ ଜନସାଧାରଣଙ୍କୁ ବାନ୍ଧିଥିବା ଦର୍ଶାଇ ଏହାକୁ ବିରୋଧ କରି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସହ ଗଣଧାରଣା ଦେଇଛି କମ୍ୟୁନିଷ୍ଟ ପାର୍ଟି।

ଖରସ୍ରୋତା ବିବାଦରେ ଗିରଫ ସମସ୍ତଙ୍କୁ ନିସର୍ତ୍ତ ଖଲାସ ଦାବି

ଖରସ୍ରୋତା ନଦୀରେ କରାଯାଉଥିବା ପ୍ରକଳ୍ପକୁ ତୁରନ୍ତ ବନ୍ଦ କରିବା ସହ ପ୍ରଥମେ ଆଳି ଓ ରାଜକନିକା ପାଇଁ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଦାବି କରିଛି ପାର୍ଟି। ପାର୍ଟିର ବହୁ କାର୍ଯ୍ୟକର୍ତ୍ତା ଆଜି ଏକ ରାଲି ମାଧ୍ୟମରେ ଆସି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ କରିବା ସହ ତୁରନ୍ତ ସେମାନଙ୍କ ଦାବିକୁ କର୍ଣ୍ଣପାତ କରାନଗଲେ ବାଧ୍ୟହୋଇ ଆଇନକୁ ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି ଦଳର ଆବାହିକା ଏଲିନା ସାମନ୍ତରାୟ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details