ଓଡିଶା

odisha

ETV Bharat / state

ବଳଦେବଜୀଉଙ୍କ ରଥଯାତ୍ରା ବନ୍ଦ ନିଷ୍ପତ୍ତି ଉପରେ ପୁନଃବିଚାର ଦାବି - Baldevji's decision

ବର୍ତ୍ତମାନ ପରିସ୍ଥିତିରେ ଶ୍ରୀଜିଉଙ୍କ ରଥକୁ ସେବାୟତ ମାନେ ଟାଣିବା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିର ପୁନଃବିଚାର କରିବାକୁ ଅନୁରୋଧ କରିଛନ୍ତି ସେବାୟତ। ଅଧିକ ପଢନ୍ତୁ..

demands-for-reconsideration-of-baldevjis-decision-to-stop-the-procession
demands-for-reconsideration-of-baldevjis-decision-to-stop-the-procession

By

Published : Jun 18, 2020, 8:20 PM IST

କେନ୍ଦ୍ରାପଡ଼ା: ଜିଲ୍ଲା ପ୍ରଶାସନର ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ନେଇ ସେବାୟତ ଓ ଭକ୍ତଙ୍କ ମହଲରେ ଅସନ୍ତୋଷ। ଏପରିକି କୂଳଗୁରୁ ମଧ୍ୟ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। 1700 ଖ୍ରୀଷ୍ଟାବ୍ଦରୁ କେନ୍ଦ୍ରାପଡ଼ା ଇଚ୍ଛାପୁରରେ ପୁଜା ପାଇଆସୁଥିବା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ବ୍ୟାସ ପୁରାଣରେ ବର୍ଣ୍ଣିତ ହୋଇଥିବା କଥିତ ଅଛି। 1866 ମସିହା ନ'ଅଙ୍କ ଦୁର୍ଭିକ୍ଷ, 1955 ମସିହାର ନଇବଢି ଓ ହଇଜା ମହାମାରୀ ସମୟରେ ଶ୍ରୀକ୍ଷେତ୍ରରେ ରଥଯାତ୍ରା ବନ୍ଦ ହୋଇଥିଲା ବେଳେ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ କିନ୍ତୁ ବନ୍ଦ ହୋଇନଥିଲା ରଥଯାତ୍ରା। ତେବେ ବର୍ତ୍ତମାନ ପରିସ୍ଥିତିରେ ଶ୍ରୀଜିଉଙ୍କ ରଥକୁ ସେବାୟତ ମାନେ ଟାଣିବା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିର ପୁନଃବିଚାର କରିବାକୁ ଅନୁରୋଧ କରିଛନ୍ତି ସେବାୟତ।

ବଳଦେବଜୀଉଙ୍କ ରଥଯାତ୍ରା ବନ୍ଦ ନିଷ୍ପତ୍ତି ଉପରେ ପୁନଃବିଚାର ଦାବି

ଶ୍ରୀଜୀଉଙ୍କ ରଥଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି କରାଯାଇଥିଲେ ମଧ୍ୟ ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଦାୟିତ୍ୱ ତାଙ୍କର ଓ ରଥ ନିର୍ମାଣ ନେତ୍ରୋତ୍ସବ ପୁର୍ବରୁ ଶେଷ କରି ପ୍ରଶାସନକୁ ଦେବା ପାଇଁ କାମ ଚାଲିଛି ଓ ରଥ ଚାଲିବା ନଚାଲିବା ପ୍ରଶାସନ ଉପରେ ନିର୍ଭର କରେ ବୋଲି କହିଛନ୍ତି ମହାରଣା ସେବକ। ରଥଯାତ୍ରା ନହେଲେ ବା ରଥ ନ ଗଡ଼ିଲେ ବିଭିନ୍ନ ବିଭ୍ରାଟ ଘଟିବ ବୋଲି ଆଶଙ୍କା କରିଛନ୍ତି ମହାରଣା ସେବକ। ସେହିପରି ରଥଯାତ୍ରା ବନ୍ଦ ହେବା ନିଷ୍ପତ୍ତି ନେବା ସମୟରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଦିଗକୁ ଚିନ୍ତା କରିବାର ଥିଲା ଓ ସେବାୟତ ମାନେ ଯେଉଁ ପରାମର୍ଶ ଦେଇଛନ୍ତି ଏହା ଉପରେ ପୁନଃବିଚାର କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବଳଦେବଜୀଉ ମନ୍ଦିରର କୁଳ ପୂରୋହିତ।

ଏଭଳି ପରିସ୍ଥିତିରେ ଗୋଟିଏ ପଟେ ପ୍ରଶାସନର ନିଷ୍ପତ୍ତି ଓ ଅନ୍ୟପଟେ ସେବାୟତ ଏବଂ ଭକ୍ତମାନଙ୍କ ଭାବାବେଗକୁ ବିଚାର କରାଯାଇ ପରବର୍ତ୍ତୀ ବିଚାର କରାଯିବାର ଆବଶ୍ୟକତା ରହିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details