ଓଡିଶା

odisha

ETV Bharat / state

ପଟ୍ଟାମୁଣ୍ଡାଇରେ ଇନଡୋର ଷ୍ଟାଡିୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି - ଭର୍ଚୁଆଲ ବୈଠକ

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଠାରେ କ୍ରୀଡ଼ାବିତ ମାନଙ୍କ ପାଇଁ ଏକ ଇନଡୋର ଷ୍ଟାଡିୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭର୍ଚୁଆଲ ବୈଠକରେ ଦାବି ଜଣାଇଛନ୍ତି ରାଜନଗର ବିଧାୟକ, କ୍ରୀଡ଼ାବିତ ଏବଂ ବୁଦ୍ଧିଜୀବୀ । ଅଧିକ ପଢନ୍ତୁ...

ପଟ୍ଟାମୁଣ୍ଡାଇରେ ଇନଡୋର ଷ୍ଟାଡିୟମ ପାଇଁ ଭର୍ଚୁଆଲ ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି
ପଟ୍ଟାମୁଣ୍ଡାଇରେ ଇନଡୋର ଷ୍ଟାଡିୟମ ପାଇଁ ଭର୍ଚୁଆଲ ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି

By

Published : Jun 19, 2021, 9:24 AM IST

କେନ୍ଦ୍ରାପଡ଼ା:ପଟ୍ଟାମୁଣ୍ଡାଇରେ କ୍ରୀଡ଼ାବିତ ମାନଙ୍କ ପାଇଁ ଏକ ଇନଡୋର ଷ୍ଟାଡିୟମ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭର୍ଚୁଆଲ ବୈଠକରେ ଦାବି ଜଣାଇଛନ୍ତି ରାଜନଗର ବିଧାୟକ,କ୍ରୀଡ଼ାବିତ ଏବଂ ବୁଦ୍ଧିଜୀବୀ । ଜିଲ୍ଲାପାଳଙ୍କ ଗୃହରେ ହୋଇଥିବା ଏହି ଭର୍ଚୁଆଲ ବୈଠକରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବହୁ କ୍ରୀଡା ପ୍ରତିଭା ରହିଛନ୍ତି କିନ୍ତୁ ପ୍ରୋତ୍ସାହନ ଓ କ୍ରୀଡା ପାଇଁ ଅନୁକୂଳ ପରିବେଶ ଅଭାବରୁ ଭଲ କ୍ରୀଡ଼ାବିତ ବାହାରି ପାରୁନଥିବା ନେଇ କହିଥିଲେ କ୍ରୀଡ଼ାବିତ।

ପଟ୍ଟାମୁଣ୍ଡାଇରେ ଇନଡୋର ଷ୍ଟାଡିୟମ ପାଇଁ ଭର୍ଚୁଆଲ ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି

ପଟ୍ଟାମୁଣ୍ଡାଇ ଅଞ୍ଚଳ ସହ ଜିଲ୍ଲାର ସମସ୍ତ କୋଣ ଅନୁକୋଣ ଯୋଡି ହୋଇ ରହିଥିବାରୁ ଏଠାରେ ଇନଡୋର ଷ୍ଟାଡିୟମ ପ୍ରତିଷ୍ଠା କଲେ କ୍ରୀଡା ଓ କ୍ରୀଡ଼ାବିତ ମାନଙ୍କ ଉନ୍ନତି ହେବ । ଏଥି ସହ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ଏଠାରୁ ବାହାରି ରାଜ୍ୟ ଓ ଦେଶର ନାଁ ରଖିପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବିରେ ଉପସ୍ଥାପିତ କରାଯାଇଥିଲା ।

କେନ୍ଦ୍ରାପଡ଼ା ଜିଲ୍ଲାରେ ବେସବଲ କ୍ରୀଡା ପାଇଁ କୌଣସି ସରଞ୍ଜାମ ଓ ପରିବେଶ ନଥିବା କାରଣରୁ ଏହି ଖେଳ ପ୍ରତି କେହି ଆଗ୍ରହ ଦେଖାଉନଥିବା କହିଛନ୍ତି ଜଣେ କ୍ରୀଡ଼ାବିତ। ତେବେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ବୈଠକରେ କ୍ରୀଡ଼ାବିତ,ବୁଦ୍ଧିଜୀବୀ ଓ ରାଜନଗର ବିଧାୟକଙ୍କୁ ପଟ୍ଟାମୁଣ୍ଡାଇ ସହରରେ ଇନଡୋର ଷ୍ଟାଡିୟମ ପ୍ରତିଷ୍ଠା କରିବା ନେଇ ପ୍ରତିଶୃତି ଦେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଧାୟକ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details