ଓଡିଶା

odisha

ETV Bharat / state

Under Construction Bridge Collapse: ବିଜେପିର କଟାକ୍ଷ ପରେ ତଦନ୍ତ ଆରମ୍ଭ - କେନ୍ଦ୍ରାପଡ଼ା ବାଇପାସ ସେତୁ ଭୁଶୁଡିବା ଘଟଣା

ବିଜେପିର କଟାକ୍ଷ ପରେ ଚେତିଲେ ସରକାର । ବିଜେପି ଏବଂ କଂଗ୍ରେସ ନେତା ସରକାରଙ୍କୁ ଘେରିବା ପରେ ତଦନ୍ତ ଆରମ୍ଭ କରିଲା ଉଚ୍ଚସ୍ତରୀୟ ବିଭାଗ । ଅଧିକ ପଢନ୍ତୁ

Under Construction Bridge Collapse
Under Construction Bridge Collapse

By

Published : Mar 19, 2023, 11:42 AM IST

Under Construction Bridge Collapse

କେନ୍ଦ୍ରାପଡା: ନିର୍ମାଣଧିନ ଦ୍ଵିତୀୟ କେନ୍ଦ୍ରାପଡ଼ା ବାଇପାସ ସେତୁ ଭୁଶୁଡିବା ଘଟଣା । ଚାରିଦିନ ପରେ ଚେତିଲା ପ୍ରଶାସନ । ଚତୁର୍ଥ ଦିନରେ ଆରମ୍ଭ ହେଲା ଉଚ୍ଚସ୍ତରୀୟ ତଦନ୍ତ । ଏହି ଘଟଣାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିବା ପରେ ତିନିଜଣିଆ ଟିମ କେନ୍ଦ୍ରାପଡ଼ା ଗସ୍ତରେ ଆସି ତଦନ୍ତ କରି ଫେରିଛନ୍ତି ।

ସୂଚନାଥାଉକି, ଗତ ବୁଧବାର ଦିନ ପୂର୍ବାହ୍ନରେ ଗୋବରୀ ନଦୀ ଉପରେ ଚଟିପୋଲ ଠାରୁ କାଳୀ ମନ୍ଦିର ପୋଲ ପର୍ଯ୍ୟନ୍ତ ଦ୍ଵିତୀୟ ବାଇପାସ କାମ ଚାଲୁଥିବା ବେଳେ ୨୧ନଂ ୱାର୍ଡର ଜ୍ଞାନପୀଠ ଠାରେ ଏହି ୩୬ ମିଟର ଦୀର୍ଘ ଗ୍ରାଇଡର(ଗାର୍ଡର)ଟି ପୋଲର ବେସ ଉପରୁ ଭୁଶୁଡି ପଡିଥିଲା । ୨୪ ଘଣ୍ଟା ଯାଏଁ ଘଟଣାସ୍ଥଳରୁ କୌଣସି ଅଧିକାରୀ ପହଞ୍ଚିନଥିଲେ । ତେବେ ବିଜେପି ରାଜ୍ୟ ପ୍ରବକ୍ତା ତେଜେଶ୍ୱର ପରିଡା ଏବଂ ଜିଲ୍ଲା ସଭାପତି ଗୁରୁବାର ଦିନ ଘଟଣାସ୍ଥଳ ପରିଦର୍ଶନ କରି ରାଜ୍ୟରେ 5T ଭୁଶୁଡି ପଡିଥିବା ନେଇ ଅଭିଯୋଗ କରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ କଡା ନିନ୍ଦା କରିଥିଲେ । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ ।

ସେହିପରି ଶୁକ୍ରବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ଗଣେଶ୍ୱର ବେହେରା ଘଟଣାସ୍ଥଳକୁ ଯାଇ ଏହାର ସରଜମିନ ତଦନ୍ତ ପାଇଁ ଦାବି କରିଥିଲେ । ଏହାପରେ ବିଧାନସଭାରେ ଜୟପୁର ବିଧାୟକ ତଥା କଂଗ୍ରେସ ଦଳର ନେତା ତାରା ପ୍ରସାଦ ବାହିନୀପତି ପୋଲ ଗାର୍ଡର ଭୁଶୁଡିବା ନେଇ ସରକାରଙ୍କୁ ଘେରିବା ପରେ ଶନିବାର ମଧ୍ୟାହ୍ନରେ ଏକ ତିନିଜଣିଆ ଟିମ କେନ୍ଦ୍ରାପଡ଼ା ଗସ୍ତରେ ତଦନ୍ତ କରି ଫେରିଛନ୍ତି ।

ଏହି ତଦନ୍ତ ସମୟରେ ARSS କମ୍ପାନୀ ଭାଙ୍ଗି ପଡିଥିବା ଗାର୍ଡରର ପ୍ରାୟ ୧୦ ମିଟର ଅଂଶକୁ ବିଭାଗୀୟ ଅନୁମତି ବିନା ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିବାରୁ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ତଦନ୍ତକାରୀ ଅଧିକାରୀ । ସେହିପରି ଗାର୍ଡରର ବିଭିନ୍ନ ଅଂଶରୁ ସାମ୍ପଲ ସଂଗ୍ରହ କରି ପରୀକ୍ଷା ପାଇଁ ଏହି ଟିମ ପଠାଇଥିବା ଜଣାପଡିଛି । ଅନ୍ୟପଟେ ଏହି ଗାର୍ଡର ସ୍ଥାନାନ୍ତରଣ ସମୟରେ ଏଭଳି ଘଟଣା ଘଟିଥିବା ବିଭାଗୀୟ ଅଧିକାରୀ କହୁଥିଲେ ହେଁ ବାସ୍ତବିକ ପୋଲର ବେସ ଉପରେ ଗାର୍ଡର ରଖାଯିବାର ୧୪ ଘଣ୍ଟା ପରେ ଏଭଳି ଘଟଣା ଘଟିଥିବା ପ୍ରଥମ ଦିନରୁ ହିଁ ଅଭିଯୋଗ ହୋଇ ଆସୁଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି କମ୍ପାନୀ କର୍ତ୍ତୃପକ୍ଷ ନା ପୂର୍ତ୍ତ ବିଭାଗ କିଏ ଅଧିକାରୀମାନଙ୍କୁ ଏହି ମିଥ୍ୟା ସୂଚନା ଦେଉଛି ଓ ଏଥିରେ ସେମାନଙ୍କ ଲାଭ କଣ ତାହା ସନ୍ଦେହ ସୃଷ୍ଟି କରୁଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details