ଓଡିଶା

odisha

ETV Bharat / state

ସ୍କୁଲର ଖାମଖିଆଲିରୁ ଲିଭିଯିବ କି ଦୀପକଙ୍କ ଭବିଷ୍ୟତ !

ସ୍କୁଲର ଖାମଖିଆଲି ମନୋଭାବ ଯୋଗୁଁ ଜଣେ ମେଧାବୀ ଛାତ୍ରଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ବିନା ଏନଓସିରେ ଚାଲିଥିବା ସ୍କୁଲର ସାର୍ଟିଫିକେଟରେ ହସ୍ତାକ୍ଷର ନଥିବାରୁ ଚିନ୍ତାରେ ମେଧାବୀ ଛାତ୍ର ଦିପକ ।

By

Published : Jun 18, 2019, 10:41 PM IST

Updated : Jun 18, 2019, 11:33 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଜିଲ୍ଲାରେ ଛତୁ ଫୁଟିଲା ଭଳି ଗଢି ଉଠିଛି ବେସରକାରୀ ସ୍କୁଲ। ସମସ୍ତ ସରକାରୀ ନିୟମକୁ ଫୁ’ କରି ବେସରକାରୀ ବିଦ୍ୟାଳୟମାନ ଗଢି ଉଠିଥିଲା ବେଳେ ଏଗୁଡିକ ପ୍ରତି କୌଣସି ଅଙ୍କୁଶ ନଥିବାରୁ ଛାତ୍ରଛାତ୍ରୀ ମାନଙ୍କ ସୁନେଲି ଭବିଷ୍ୟତ ଅନ୍ଧାର ମଧ୍ୟକୁ ଟାଣି ହୋଇଯାଉଛି।

ଟିକିଏ ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ । ଏ ମେଧାବୀ ଛାତ୍ର ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଡିଆପଡା ପଞ୍ଚାୟତ ଅନ୍ତର୍ଗତ ପନ୍ତୁରୀ ଗାଁର ଦୀପକ ଦାସ । ବାପା ଦିନ ମଜୁରୀଆ ଭାବରେ କାର୍ଯ୍ୟ କରିନ୍ତି ପିଲାଙ୍କୁ ଉନ୍ନତ ଶିକ୍ଷା ଦେବା ଉଦ୍ଦେଶ୍ୟରେ । ଆଉ ବାପାଙ୍କ ସ୍ବପ୍ନ ପୁରା କରିବାକୁ ବି ଦୀପକ ଦିନରାତି ପରିଶ୍ରମ କରି ଚଳିତଥର ନବୋଦୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ହେଲେ ଆଡମିସନ ପୂର୍ବରୁ ବାଧକ ସାଜିଥିଲା ଏକମାତ୍ର ହସ୍ତାକ୍ଷର । ପୂର୍ବ ବିଦ୍ୟାଳୟ ଏନଓସି ପାଇନଥିବାରୁ ଟିସିରେ ମଣ୍ଡଳ କିମ୍ବା ଜିଲ୍ଲା ଶିକ୍ଷାଧିକାରୀଙ୍କ କାଉଣ୍ଟର ଦସ୍ତଖତ ନାହିଁ ଯାହାକୁ ନେଇ ଦୀପକ ଓ ତାଙ୍କ ପରିବାର ଚିନ୍ତାରେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

ଆଜକୁ ଦୀର୍ଘ ୧୫ଦିନ ହେବ ଏ ଅଫିସରୁ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି ପରିବାର । ସବୁଠାରୁ ବଡ କଥା ହେଲା ଦୀପକ ଯେଉଁ ବିଦ୍ୟାଳୟରେ ପଢୁଥିଲେ ତାହା ବିନା ଏନଓସିରେ 2012ରୁ ଚାଲୁଥିଲା । ତେବେ ଏଠାରେ ବଡ ପ୍ରଶ୍ନ ଦୀପକର ଭବିଷ୍ୟତ ସହିତ ଖେଳ ଖେଳିଥିବା ବିଦ୍ୟାଳୟକୁ କି ପ୍ରକାରର ଦଣ୍ଡ ଦିଆଯିବା ଦରକାର । ଅନ୍ୟପଟେ ପଟ୍ଟାମୁଣ୍ଡାଇ ବ୍ଲକରେ କିଛି ବିଦ୍ୟାଳୟକୁ ଏନଓସି ମିଳିନଥିବା ବେଳେ ସେମାନେ ଯଥାଶିଘ୍ର ଆବେଦନ କରିବାକୁ ବ୍ଲକ ଶିକ୍ଷାଧିକାରୀ କହିଛନ୍ତି ।

ଗୋଟିଏ ପଟେ ସରକାରୀ ନିୟମ ଓ ଅନ୍ୟପଟେ କ୍ୟାରିଅର ଚିନ୍ତା । ଏଭଳି ସ୍ଥିତିରେ ଦୀପକର ଭାଗ୍ୟ କଣ ଯେ ହେବ ତାହା ସମୟ କହିବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jun 18, 2019, 11:33 PM IST

For All Latest Updates

ABOUT THE AUTHOR

...view details