ଓଡିଶା

odisha

ETV Bharat / state

ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ, ପ୍ରତିବାଦରେ ରାସ୍ତାରୋକ - ଚିକିତ୍ସା ଅବହେଳା

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଠାରେ ଥିବା ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ତ୍ରୁଟି ନେଇ ମହିଳାଙ୍କ ମୃତ୍ୟୁକୁ ନେଇ ରାସ୍ତା ରୋକ। ପରେ ଘଟଣା ସ୍ଥଳରେ ପଟ୍ଟାମୁଣ୍ଡାଇ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଁଞ୍ଚି ବଝାସୁଝା କରିଛନ୍ତି। ଅଧିକ ପଢନ୍ତୁ..

ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ, ପ୍ରତିବାଦରେ ରାସ୍ତା ରୋକ
ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ, ପ୍ରତିବାଦରେ ରାସ୍ତା ରୋକ

By

Published : Jul 24, 2020, 8:30 PM IST

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ତ୍ରୁଟି ନେଇ ମହିଳାଙ୍କ ମୃତ୍ୟୁକୁ ନେଇ ରାସ୍ତା ରୋକ। ଗତକାଲି ପଟ୍ଟାମୁଣ୍ଡାଇ ଚିକିତ୍ସାଳୟରେ ସ୍ଥାନୀୟ ସୁଜୁନପୁର ଗ୍ରାମର କୁସୁମ ମଲିକଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି।

ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ, ପ୍ରତିବାଦରେ ରାସ୍ତା ରୋକ

ପଟ୍ଟାମୁଣ୍ଡାଇ ବାଇପାସ ମୁଖ୍ୟ ରାସ୍ତାରେ ମୃତ ଦେହ ବ୍ୟବଚ୍ଛେଦ ରଖି ରାସ୍ତା ରୋକ କରାଯାଇଛି । ଡାକ୍ତରଙ୍କ ଅବହେଳାରୁ ତିନିଟି ଛୁଆର ମା କୁସୁମର ଏପରି ମୃତ୍ୟୁ ହେଲା ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପଟ୍ଟାମୁଣ୍ଡାଇ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଁଞ୍ଚି ବଝାସୁଝା କରିଛନ୍ତି।

କେନ୍ଦ୍ରାପଡା ରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details