ଓଡିଶା

odisha

ETV Bharat / state

Suspicious Death: ବାଲି ଭିତରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ମଶାକଣି ଏଫସିଆଇ ଗୋଦାମ କ୍ୟାମ୍ପସ ପରିସରରୁ ଜଣେ ଅଜଣା ଶ୍ରମିକର ମୃତଦେହ ଉଦ୍ଧାର କରିଛି ମାର୍ଶାଘାଇ ପୋଲିସ । ଅଧିକ ପଢନ୍ତୁ

By

Published : Mar 2, 2022, 9:14 AM IST

Suspicious Death: ବାଲି ଭିତରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ
Suspicious Death: ବାଲି ଭିତରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

କେନ୍ଦ୍ରାପଡା: ମଶାକଣି ଏଫସିଆଇ ଗୋଦାମ କ୍ୟାମ୍ପସ ପରିସର ଏକ ବାଲି ଗଦା ଭିତରୁ ଦିଶିଲା ପାଦ । ଏନେଇ ସୁପରଭାଇଜର ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ମାର୍ଶାଘାଇ ପୋଲିସ ।

Suspicious Death: ବାଲି ଭିତରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

ସୂଚନା ଅନୁଯାୟୀ, ମଶାକଣି ଏଫସିଆଇ ଗୋଦାମ ପରିସରରେ ଏକ ନୂତନ ଗୃହ ନିର୍ମାଣାଧୀନ ଥିବାବେଳେ ସେଠାରେ କିଛି ଶ୍ରମିକ କାମ କରୁଥିଲେ। ତିନିଦିନ ହେବ ଶ୍ରମିକମାନେ କାମରେ ଯୋଗ ଦେଇନଥିବାରୁ ସୁପରଭାଇଜର ଜଣକ ଶ୍ରମିକ ମାନଙ୍କ ବାସସ୍ଥାନ ଆସି ଖୋଜିବା ପରେ ଶ୍ରମିକମାନଙ୍କୁ ପାଇନଥିଲେ । ପରେ ନିକଟସ୍ଥ ଏକ ବାଲି ଗଦା ଭିତରୁ କାହାର ପାଦ ଦେଖିବାକୁ ମିଳିଥିଲା।

ଏନେଇ ସୁପରଭାଇଜର ଜଣକ ମାର୍ଶାଘାଈ ଥାନାରେ ଲିଖିତ ଅଭିଯୋଗ କରିବା ପରେ ମାର୍ଶାଘାଈ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହିତ ମାଜିଷ୍ଟ୍ରେଟ ଘଟଣାସ୍ଥଳରେ ପହଞ୍ଚି ବାଲି ଗଦା ଭିତରୁ ମୃତଦେହ ଉଦ୍ଧାର କରିଛନ୍ତି। ତେବେ ମୃତ ବ୍ୟକ୍ତି ଜଣଙ୍କ ମୁଣ୍ଡରେ ଏକ ଲୁହାରଡ ପଶି ରହିଥିବା ଦେଖିବାକୁ ମିଳିଛି। ଅନ୍ୟ ଶ୍ରମିକ ମାନେ ଫେରାର ଥିବା ବେଳେ ଶ୍ରମିକ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details