କେନ୍ଦ୍ରାପଡା: ଜିଲ୍ଲା ମହାକାଳପଡ଼ା ସାମୁଦ୍ରିକ ଥାନା ଜମ୍ବୁ ଅନ୍ତର୍ଗତ ପ୍ରଭାକରପୁର ଗ୍ରାମର ଶେଷମୁଣ୍ଡ ରାସ୍ତା କଡରେ ଏକ ଅମାନବୀୟ ଦୃଶ୍ୟ ସାମ୍ନାକୁ ଆସିଛି । ମଙ୍ଗଳବାର ରାସ୍ତା କଡରେ ଥିବା ଏକ ତାଳଗଛ ତଳୁ ଏକ ସଦ୍ୟ ନବଜାତ ଶିଶୁର ମୃତଦେହ ପଡିଥିବାର ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ସ୍ଥାନୀୟ ପିଲାମାନେ ବଲ ଖେଳୁଥିବା ସମୟରେ ବଲଟି ତାଳଗଛ ମୂଳକୁ ଚାଲିଯାଇଥିଲା । ପିଲାମାନେ ବଲଟିକୁ ଆଣିବାକୁ ଯିବାରୁ ଶିଶୁର ମୃତଦେହ ପଡିଥିବାର ଦେଖିଥିଲେ । ଏହି ନବଜାତ ଶିଶୁଟି ମାତ୍ର ୫ କିମ୍ବା ୬ ମାସର ହୋଇଥିବା ଅନୁମାନ କରାଯାଉଛି ।