ଓଡିଶା

odisha

ETV Bharat / state

ଚାନ୍ଦା ପାଇଁ ନିର୍ଯାତନା: କଙ୍ଗାରୁ କୋର୍ଟରେ ଛେପ ପକାଇ ନାକ ଘଷିଲେ ଦଳିତ ଯୁବକ - କଙ୍ଗାରୁ କୋର୍ଟରୁ ଦଳିତ ଯୁବକଙ୍କୁ ଅସଦାଚରଣ

କେନ୍ଦ୍ରାପଡାରେ କଙ୍ଗାରୁ କୋର୍ଟ । ଦଳିତ ଯୁବକଙ୍କୁ ନିଆଁ ପାଣି ବାସନ୍ଦ କରାଯିବା ସହ ଅକଥନୀୟ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ । ଅଧିକ ପଢନ୍ତୁ

କଙ୍ଗାରୁ କୋର୍ଟରେ ଛେପ ପକାଇ ନାକ ଘଷିଲେ ଦଳିତ ଯୁବକ
କଙ୍ଗାରୁ କୋର୍ଟରେ ଛେପ ପକାଇ ନାକ ଘଷିଲେ ଦଳିତ ଯୁବକ

By

Published : Apr 20, 2022, 7:58 AM IST

Updated : Apr 20, 2022, 8:34 AM IST

କେନ୍ଦ୍ରାପଡା: କଙ୍ଗାରୁ କୋର୍ଟରେ ବର୍ବରତା । ନିଆଁ ପାଣି ବାସନ୍ଦ କଲେ, ଛେପ ପକାଇ ନାକ ଘଷାଇଲେ । କେନ୍ଦ୍ରାପଡା ଜିଲ୍ଲାରେ କଙ୍ଗାରୁ କୋର୍ଟରେ ଲୋକ ପ୍ରତିନିଧି ଓ ତାଙ୍କ ସମ୍ପର୍କୀୟ ଜଣେ ଦଳିତ ପରିବାରକୁ ଏପରି ଭାବେ ନିର୍ଯ୍ୟାତନା ଦେଇଥିବାର ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁଇ ବର୍ଷ ହେବ ଗାଁ ଠାକୁରାଣୀଙ୍କ ଚାନ୍ଦା ଦେଇନଥିବାରୁ ଗ୍ରାମସଭା ଡକାଇ ସରପଞ୍ଚ, ସମିତିସଭ୍ୟାଙ୍କ ସ୍ବାମୀଙ୍କ ସମେତ ସହଯୋଗୀମାନେ ସର୍ବସମ୍ମୁଖରେ ଜଣେ ଦଳିତ ବର୍ଗର ଯୁବକଙ୍କୁ ଛେପ ପକାଇ ନାକ ଘଷାଇବା ଭଳି ଲଜ୍ଜାଜନକ ଘଟଣା ନେଇ ଥାନାରେ ମାମଲା ରୁଜୁ ହୋଇଛି ।

ଚାନ୍ଦା ପାଇଁ ନିର୍ଯାତନା: କଙ୍ଗାରୁ କୋର୍ଟରେ ଛେପ ପକାଇ ନାକ ଘଷିଲେ ଦଳିତ ଯୁବକ

କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ଅନ୍ତର୍ଗତ ତିଖିରି ପଞ୍ଚାୟତରେ ଏହି ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ଗତ ୧୬ ତାରିଖ ଦିନ ରାତି ୧୦ଟା ସମୟରେ ତିଖିରି ଗ୍ରାମର ଗୁରୁଚରଣ ମଲିକ ଓ ତାଙ୍କ ବାପା ଘରେ ନଥିବା ବେଳେ ତାଙ୍କ ସ୍ତ୍ରୀ ଏକାକୀ ଘରେ ଶୋଇଥିଲେ । ସେହି ସମୟରେ ଗାଁର ବିଜୟ ସ୍ବାଇଁ ଓ ରାକେଶ ସୁତାର ତାଙ୍କ ଉପରେ ଟର୍ଚ୍ଚ ଲାଇଟ ପକାଇଥିଲେ । ବିଳମ୍ବିତ ରାତିରେ କାହିଁକି ଆସିଛନ୍ତି ବୋଲି ମହିଳା ପଚାରିବାରୁ ଗୁରୁଚରଣ ଦୁଇବର୍ଷ ହେବ ଠାକୁରାଣୀ ଚାନ୍ଦା ଦେଇନଥିବା ସେମାନେ କହିଥିଲେ । ରାତିରେ ଚାନ୍ଦା ମାଗିବା ଉପରେ ଆପତ୍ତି କରିବାରୁ ବାହାରେ ଛିଡ଼ା ହୋଇଥିବା ସ୍ଥାନୀୟ ସରପଞ୍ଚ ଚାମେଲି ଓଝା ଓ ସମିତିସଭ୍ୟାଙ୍କ ସ୍ବାମୀ ଜାତିଆଣ ଆକ୍ଷେପ କରିଥିବା ମହିଳା ଅଭିଯୋଗରେ ଦର୍ଶାଇଛନ୍ତି ।

ଏହି ସମୟରେ ଗୁରୁଚରଣ ଆସି ପହଁଞ୍ଚିବା ମାତ୍ରେ ସରପଞ୍ଚ ଏବଂ ସମର୍ଥକଙ୍କ ସହ ତାଙ୍କର ଗଣ୍ଡଗୋଳ ହୋଇଥିଲା । ପରଦିନ ଅର୍ଥାତ ରବିବାର ଏହି ଗଣ୍ଡଗୋଳ ଘଟଣାକୁ ନେଇ ସରପଞ୍ଚ ଗ୍ରାମସଭା ଡକାଇଥିବା ବେଳେ ଏଥିରେ ଗୁରୁଚରଣଙ୍କ ବାପା ଓ ଦାଦା ଉପସ୍ଥିତ ରହି କ୍ଷମା ମାଗିଥିଲେ । କିନ୍ତୁ ଗୁରୁଚରଣ ଗଣ୍ଡଗୋଳ କରିଥିବାରୁ ତାଙ୍କୁ ସଭାକୁ ଡକାଇବା ପାଇଁ ସରପଞ୍ଚ ଜିଦ ଧରିଥିଲେ । ସଭାରେ ଉପସ୍ଥିତ ହେବା ପରେ ଗୁରୁଚରଣଙ୍କୁ ଜାତିଆଣ ଆକ୍ଷେପ କରାଯିବା ସହ ନିଆଁ ପାଣି ବାସନ୍ଦ କରାଯାଇଥିଲା । ଏପରିକି ତାଙ୍କୁ ଛେପ ପକାଇ ନାକ ଘଷିବାକୁ ଏକପ୍ରକାର ବାଧ୍ୟ କରାଯାଇଥିଲା ।

ଅନ୍ୟ ଉପାୟ ନପାଇ ଗୁରୁଚରଣ ତଳେ ଛେପ ପକାଇ ନାକ ଘଷିଥିଲେ । ଏହି ଘଟଣାକୁ ତାଙ୍କ ପତ୍ନୀ ବିରୋଧ କରିବାରୁ ମହିଳାଙ୍କୁ ସର୍ବସମ୍ମୁଖରେ ଉଲଗ୍ନ କରି ମାଡ଼ ମରାଯିବା ପାଇଁ ଧମକ ଦେଇଥିଲେ କଙ୍ଗାରୁକୋର୍ଟ ଚଳାଉଥିବା ଲୋକ ପ୍ରତିନିଧି । ଏହାକୁ ନେଇ ମହିଳା ଜଣକ ମାର୍ଶାଘାଇ ଥାନାର ଦ୍ବାରସ୍ଥ ହୋଇଥିଲା ବେଳେ ପୋଲିସ ୧୧୬/୨୨ରେ ଏକ ମାମଲା ରୁଜୁ କରି ଚୁପ ବସିଥିବା ସେ ଅଭିଯୋଗ ଆଣିଛନ୍ତି । ଜଣେ ଦଳିତ ବର୍ଗର ଲୋକଙ୍କୁ ଏଭଳି କଙ୍ଗାରୁ କୋର୍ଟରେ ନିର୍ଯାତନା ଦିଆଯିବା ଓ ପୋଲିସ ଚୁପ୍ ରହିବା ଘଟଣାକୁ ଭୀମ ଆର୍ମିର ଜିଲ୍ଲା ସଭାପତି ନଗେନ୍ଦ୍ର ଜେନା କଡା ସମାଲୋଚନା କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Apr 20, 2022, 8:34 AM IST

ABOUT THE AUTHOR

...view details