କେନ୍ଦ୍ରାପଡା: ରୋଷେଇ ବେଳେ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ । ଆୟବା ପଞ୍ଚାୟତର ବାଲିଗୋଠ ଗାଁରେ ଜଳଖିଆ କଲାବେଳେ ଗ୍ୟାସ ଟାଙ୍କି ଫାଟି ଦୋକାନରେ ଅଗ୍ନିକାଣ୍ଡ ଘଟିଛି l ମିଳିଥିବା ସୂଚନା ଅନୁସାରେ ବାଲିଗୋଠ ଗାଁର ନୃସିଂହ ଦାସ ଉଜ୍ଜଳା ଯୋଜନା ମାଧ୍ୟମରେ ଏଚପି ଗ୍ୟାସ କନେକ୍ସନ ନେଇଥିଲେ l ଆଜି ସକାଳୁ ଚା ଜଳଖିଆ ତିଆରି କରୁଥିବା ବେଳେ ହଠାତ ଟାଙ୍କିରୁ ଗ୍ୟାସ ଲିକ ହୋଇ ଫାଟି ଅଗ୍ନିକାଣ୍ଡ ଘଟିଥିଲା ।
ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ, ଜଳିଗଲା ଦୁଇ ବଖରା ଘର - cylinder bursted in kendrapada
ଆୟବା ପଞ୍ଚାୟତ ବାଲିଗୋଠ ଗାଁରେ ଜଳଖିଆ କଲାବେଳେ ଗ୍ୟାସ ଟାଙ୍କି ଫାଟି ଦୋକାନରେ ଅଗ୍ନିକାଣ୍ଡ ଘଟିଛି ।
![ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ, ଜଳିଗଲା ଦୁଇ ବଖରା ଘର cylinder bursted in kendrapada](https://etvbharatimages.akamaized.net/etvbharat/prod-images/768-512-7242010-thumbnail-3x2-kend.jpg)
ଗ୍ୟାସ ଟାଙ୍କି ବିସ୍ଫୋରଣ
ଗ୍ୟାସ ଟାଙ୍କି ବିସ୍ଫୋରଣ
କ୍ରମେ ନିଆଁ ବ୍ୟାପି ଯାଇ ଦୁଇ ବଖରା ଚାଳ ଛପର ଘର ସମେତ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି l ଖବର ପାଇ କେନ୍ଦ୍ରାପଡା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ l
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ