କେନ୍ଦ୍ରାପଡା:ଜୱାଦ ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାର ଏକର ଏକର ଧାନ ଫସଲ ନଷ୍ଟ ହୋଇଛି । ଫସଲ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ପାଇଁ ଦାବି କରିଛନ୍ତି । ଚାଷୀ ଧାର କରଜ କରି କରିଛି ଚାଷ । ରାଜ୍ୟର ଚାଷୀଙ୍କ ମାସିକ ଆୟ ୨୦୧୮-୧୯ ମସିହା ଅନୁଯାୟୀ ରିପୋର୍ଟ ପ୍ରଦାନ କରାଯାଇଥିବା ବେଳେ ୨୦୧୬-୧୭ ମସିହାରେ ନାବାର୍ଡ ଦ୍ୱାରା କରାଯାଇଥିବା ସର୍ଭେରେ ୭,୨୪୧ ଟଙ୍କା ରହିଥିଲା।ତେବେ ଏକଦା କୃଷିକାର୍ଯ୍ୟରେ ସାରା ଓଡ଼ିଶାରେ ନାଁ କରିଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଚାଷୀ ଆଜି ନିଃସ୍ୱ ଓ ଅସହାୟ।ଅର୍ଥକାରୀ ଫସଲ ଧାନ ଉପରେ କେନ୍ଦ୍ରାପଡ଼ା ଜିଲ୍ଲାର ଚାଷୀ ନିର୍ଭର କରୁଥିବା ବେଳେ ପ୍ରକୃତିକ ବିପର୍ଯ୍ୟୟ ଚାଷୀଙ୍କୁ ଅଣ୍ଟା ସଳଖି ଛିଡା ହେବାପାଇଁ ସୁଯୋଗ ଦେଉନଥିବା କହିଛନ୍ତି ଚାଷୀ । ଏଥିସହ ସରକାରୀ ସ୍ତରରେ ଅସହଯୋଗ ଓ ବିହନ ଏବଂ ସାରର ଅତ୍ୟଧିକ ମୂଲ୍ୟବୃଦ୍ଧି ଚାଷ ପାଇଁ ସମସ୍ୟା ଭାବେ ଉଭା ହୋଇଛି।
୧୯୯୯ରୁ ଅଦ୍ୟାବଧି ୨୨ ବର୍ଷ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଉପକୂଳ ଓଡିଶାର ଚାଷୀଙ୍କ ପାଇଁ ମୁଖ୍ୟ ଶତ୍ରୁ ସାଜିଛି । ୧୯୯୯ରେ ମହାବାତ୍ୟା,୨୦୧୩ରେ ଫାଇଲିନ,୨୦୧୪ରେ ହୁଡହୁଡ,୨୦୧୮ରେ ତିତଲି,୨୦୧୯ରେ ଫନି ଓ ବୁଲବୁଲ,୨୦୨୦ରେ ଅମ୍ଫାନ,୨୦୨୧ରେ ୟସ, ଗୁଲାବ ଆଉ ଗତ କିଛିଦିନ ତଳେ ହୋଇଥିବା ଜୱାଦ ବାତ୍ୟା ଜନିତ ଲଗାଣ ବର୍ଷା ବିଲରେ ଆଣ୍ଠୁଏ ଉଚ୍ଚର ପାଣି ଛିଡା କରିଥିବା ବେଳେ ବର୍ଷକର ଆହାର ପାଇଁ ଚାଷୀ ପରିବାରକୁ ଆଘାତ ।
ଏଭଳି ସ୍ଥଳରେ ସମବାୟ ସମିତି ପାଖରୁ, ହାତ ଉଧାରୀ ଓ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ପାଖରୁ ଚାଷୀ କରିଥିବା ଋଣ ଓ କରଜ କିପରି ସୁଝିବ ସେନେଇ ଚିନ୍ତାରେ। ସରକାର ୨୦୧୮ ମସିହାର ଲଗାଣ ବର୍ଷା ଜନିତ ହୋଇଥିବା ଫସଲ କ୍ଷୟକ୍ଷତିର ଆକଳନ ଶେଷ କରିଥିବା ବେଳେ ଆଜି ଯାଏ ଚାଷୀ କ୍ଷତିପୂରଣ ପାଇପାରିଲେ ନାହିଁ।