କେନ୍ଦ୍ରାପଡା: ବାତ୍ୟା ଜୱାଦ(Cyclone Jawad)କୁ ଦୃଷ୍ଟିରେ କେନ୍ଦ୍ରାପଡାରେ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର । ଜିଲ୍ଲାର ମୋଟ ୭୩ ଜଣ ଗର୍ଭବତୀଙ୍କୁ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
Cyclone Jawad: ସୁରକ୍ଷିତ ସ୍ଥାନକୁ ଗଲେ କେନ୍ଦ୍ରାପଡାର ୭୩ ଆସନ୍ନ ପ୍ରସବା - କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ବାତ୍ୟା ପ୍ରସ୍ତୁତି
ବାତ୍ୟା ଜୱାଦ(Cyclone Jawad) ଆସିବା ପୂର୍ବରୁ ସତର୍କ ହେଲା କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ(kendrapara District Administration) । ୭୩ ଆସନ୍ନ ପ୍ରସବାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର । ଅଧିକ ପଢନ୍ତୁ
Cyclone Jawad: ସୁରକ୍ଷିତ ସ୍ଥାନକୁ ଗଲେ କେନ୍ଦ୍ରାପଡାର ୭୩ ଆସନ୍ନ ପ୍ରସବା
କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ଭଳି ଉପକୂଳ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ପୂର୍ବରୁ ପ୍ରଥମେ ପ୍ରସୂତି ମହିଳାଙ୍କୁ ନିରାପଦ ଭାବେ ଡାକ୍ତରଖାନା ଅଣାଯାଇଛି । ସେପଟେ ଜିଲ୍ଲା ପ୍ରଶାସନ(kendrapara District Administration) ଉପକୂଳ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି । ଏଥିରେ ପ୍ରଶାସନକୁ ସହଯୋଗ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ