ଓଡିଶା

odisha

ETV Bharat / state

ଲକଡାଉନ ଲାତ: ଆସୁନାହାଁନ୍ତି ଗ୍ରାହକ, ପେଟ ଚିନ୍ତାରେ ସେଲୁନ ବ୍ୟବସାୟୀ - kendrapara lockdown

ସଙ୍କଟରେ କୂଳବେଉସା । ଲକଡାଉନ ଯୋଗୁଁ ସେଲୁନ ଆସୁନାହାଁନ୍ତି ଗ୍ରାହକ । ପେଟପାଟଣା ଚିନ୍ତାରେ ବାରିକ । ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିଥିବା କହିଲା କେନ୍ଦ୍ରାପଡା ଜିଲ୍ଲା ବାରିକ ସଂଘ । ଅଧିକ ପଢନ୍ତୁ......

customer cannot come salon due to corona in kendrapara
ଲକଡାଉନ ଦେଲା ବାରିକ ପେଟରେ ଲାତ,କୋରୋନା ଯୋଗୁଁ ସେଲୁନକୁ ଆସୁନାହାଁନ୍ତି ଗ୍ରାହକ

By

Published : Jun 15, 2020, 3:10 PM IST

କେନ୍ଦ୍ରାପଡା:ବିବାହ ବ୍ରତ ହେଉ ଅବା ଶୁଦ୍ଧି କାର୍ଯ୍ୟ, ସବୁଥିରେ ଖୋଜା ପଡନ୍ତି ବାରିକ । ହେଲେ କୋରୋନା ଯୋଗୁଁ ସେମାନଙ୍କ କୂଳବେଉସା ଏବେ ସଙ୍କଟରେ । କୋରୋନା ଦୋହଲାଇ ଦେଇଛି ସେମାନଙ୍କ ଜୀବନ ଜୀବିକା । ତିନିମାସ ପରେ ଲକଡାଉନରେ କୋହଳ କରାଯାଇ ଖୋଲିଛି ସେଲୁନ । ହେଲେ କୋରୋନା ଭୟରେ ଗ୍ରାହକ ଆସୁ ନାହାଁନ୍ତି । ସେଲୁନ ଉପରେ ନିର୍ଭର କରୁଥିବା ସେଲୁନ ମାଲିକ ଓ କାରିଗର ଏବେ ନିଜ ପରିବାର ପେଟପାଟଣା ଚିନ୍ତାରେ ।

ଲକଡାଉନ ଦେଲା ବାରିକ ପେଟରେ ଲାତ,କୋରୋନା ଯୋଗୁଁ ସେଲୁନକୁ ଆସୁନାହାଁନ୍ତି ଗ୍ରାହକ

ସେପଟେ, କୋରୋନା ଯୋଗୁଁ ବିବାହ ଓ ବ୍ରତ କାର୍ଯ୍ୟ ମଧ୍ୟ ବନ୍ଦ ରହିଥିବା ବେଳେ ପ୍ରାୟ 2000 ବାରିକ ପରିବାର ଦୁର୍ଦ୍ଦିନରେ ରହୁଛନ୍ତି । ଏ ସମସ୍ୟା ନେଇ ସରକାରଙ୍କୁ ଅବଗତ କରାଯାଇଛି । ହେଲେ କୌଣସି ସୁଫଳ ମିଳିନାହିଁ ବୋଲି କହିଛି କେନ୍ଦ୍ରାପଡା ଜିଲ୍ଲା ବାରିକ ସଂଘ । ଲକଡାଉନର ପ୍ରଭାବ ସମସ୍ତଙ୍କ ଉପରେ ଅଳ୍ପେ ବହୁତେ ପଡିଥିବାବେଳେ ଲକଡାଉନ କୋହଳ ହେବା ପରେବି ବାରିକଙ୍କୁ ଦେଖିବାକୁ ପଡୁଛି ଦୁର୍ଦ୍ଦିନ । ଯେଉଁ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details