ଓଡିଶା

odisha

ETV Bharat / state

ଗାଳ୍ପିକ ରାମଚନ୍ଦ୍ର ବେହେରାଙ୍କୁ ଭେଟିଲେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ - ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ

କଥାକାର ଡ଼ଃ ରାମଚନ୍ଦ୍ର ବେହେରାଙ୍କୁ ଭେଟିଲେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ସାରସ୍ବତ ସମ୍ମାନ ଅତିବଡି ଜଗନ୍ନାଥ ଦାସ ପୁରସ୍କାରରେ ସମ୍ମାନୀତ ହେବେ ଡ଼ଃ ରାମଚନ୍ଦ୍ର ବେହେରା। ଅଧିକ ପଢ଼ନ୍ତୁ...

ଗାଳ୍ପିକ ରାମଚନ୍ଦ୍ର ବେହେରାଙ୍କୁ ଭେଟିଲେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ
ଗାଳ୍ପିକ ରାମଚନ୍ଦ୍ର ବେହେରାଙ୍କୁ ଭେଟିଲେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ

By

Published : Jan 28, 2021, 10:40 PM IST

କେନ୍ଦ୍ରାପଡ଼ା: କଥାକାର ଡ଼ଃ ରାମଚନ୍ଦ୍ର ବେହେରାଙ୍କୁ ଭେଟିଲେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ୨୦୨୦ ମସିହା ପାଇଁ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ସାରସ୍ବତ ସମ୍ମାନ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାରରେ ସମ୍ମାନୀତ ହେବେ ଡ଼ଃ ରାମଚନ୍ଦ୍ର ବେହେରା । ଏଥିପାଇଁ ତାଙ୍କୁ କେନ୍ଦ୍ରପଡ଼ାସ୍ଥିତ ବାସଭବନରେ ପହଞ୍ଚି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।

ଗାଳ୍ପିକ ରାମଚନ୍ଦ୍ର ବେହେରାଙ୍କୁ ଭେଟିଲେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ

ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ପାଇଥିବାରୁ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଗାଳ୍ପିକ ରାମଚନ୍ଦ୍ର ବେହେରାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହାସହ ତାଙ୍କ ସାରସ୍ବତ ଜୀବନର ସୁସ୍ଥତା ଓ ସଫଳତା କାମନା କରିଥିଲେ।

ଗାଳ୍ପିକ ରାମଚନ୍ଦ୍ର ବେହେରାଙ୍କୁ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ସାରସ୍ବତ ସମ୍ମାନ କରାଯିବା ନେଇ ଗତକାଲି(ବୁଧବାର) ଘୋଷଣା ହୋଇଥିଲା। ଏହାପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଡ଼ଃ ରାମଚନ୍ଦ୍ର ବେହେରା ଅନେକ ମନଛୁଆଁ ଓ ସମାଜ ସୁଧାରକ ଗଳ୍ପ ରଚନା କରିଛନ୍ତି। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରୀଙ୍କ ସହ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ୍, ଓଡିଶା ସାହିତ୍ୟ ଏକାଡେମୀ ସଚିବ ଜୟନ୍ତୀ ରଥ,ଓଡିଶା ସାହିତ୍ୟ ଏକାଡମୀ ସଦସ୍ୟ ଅତୁଲ ବଳ,ସରୋଜ ମହାନ୍ତି ପ୍ରମୁଖ ତାଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details