ଓଡିଶା

odisha

ETV Bharat / state

ସାମର୍ଥ୍ୟ ପରୀକ୍ଷା ଶିବିର ଉଦଯାପିତ, ଅବ୍ୟବସ୍ଥାକୁ ନେଇ କଳାକାରଙ୍କ କ୍ଷୋଭ - କେନ୍ଦ୍ରାପଡ଼ାରେ ସାମର୍ଥ୍ୟ ପରୀକ୍ଷା ଶିବିର ଉଦଯାପନୀ

ସାଂସ୍କୃତିକ ଗୋଷ୍ଠୀ ପରିଚାଳନା ବ୍ୟବସ୍ଥା (CTMS) ଅନ୍ତର୍ଗତ ସମ୍ଭାବ୍ୟ ଗାୟକ ଓ ବିଭିନ୍ନ ଗୋଷ୍ଠୀର ସାମର୍ଥ୍ୟ ପରୀକ୍ଷା ଶିବିର ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅନେକ ଅବ୍ୟବସ୍ଥା ନେଇ କଳାକାରମାନେ କ୍ଷୋଭ ପ୍ରକାଶ କରିଥିଲେ । ଅଧିକ ପଢ଼ନ୍ତୁ

samarthya pariksha shibira is over in kendrapara
ସାମର୍ଥ୍ୟ ପରୀକ୍ଷା ଶିବିର ଉଦଯାପନୀ: ଯୋଗଦେଲେ 63 ଗୋଷ୍ଠୀ କଳାକାର

By

Published : Jul 17, 2022, 12:40 PM IST

କେନ୍ଦ୍ରାପଡ଼ା:ସାଂସ୍କୃତିକ ଗୋଷ୍ଠୀ ପରିଚାଳନା ବ୍ୟବସ୍ଥା (CTMS) ଅନ୍ତର୍ଗତ ସମ୍ଭାବ୍ୟ ଗାୟକ ଓ ବିଭିନ୍ନ ଗୋଷ୍ଠୀର ସାମର୍ଥ୍ୟ ପରୀକ୍ଷା ଶିବିର ଉଦଯାପିତ ହୋଇଯାଇଛି । ତିନିଦିନ ଧରି ସ୍ଥାନୀୟ ଟାଉନ ହଲଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସାମର୍ଥ୍ୟ ପରୀକ୍ଷା ଶିବିର ଉଦଯାପନୀ

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର 422ଟି ଗୋଷ୍ଠୀ(TROUP) କଳାକାର ଅଂଶଗ୍ରହଣ କରିବାକୁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ 63ଟି ଗୋଷ୍ଠୀକୁ ଚୟନ କରାଯାଇ ପ୍ରଥମ ପର୍ଯ୍ୟାୟ ଅଡିସନ ପାଇଁ ଡକାଯାଇଥିଲା । ଶନିବାର ଶେଷ ଦିବସ ସାମର୍ଥ୍ୟ ଚୟନ କାର୍ଯ୍ୟକ୍ରମରେ ପାଲା ଗାୟକ ଦଳଙ୍କ ସମେତ ଓଡିଶୀ ନୃତ୍ୟ,ସମ୍ବଲପୁରୀ ନୃତ୍ୟ, ଭଜନ ଗାୟନ ଦଳ ଓ ମହିଳାଙ୍କ ଦ୍ୱାରା ଭାଗବତ ପଠନ ଦଳ ସାଂସ୍କୃତିକ କଳା ପ୍ରଦର୍ଶନ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରାଙ୍କ ପୌରହିତ୍ୟରେ ସାମର୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା ।

ଜିଲ୍ଲାର ଅନେକ ସ୍ଥାନରେ କଳା ଓ କଳାକାର ରହିଥିବା ବେଳେ ପ୍ରଚାର ଓ ପ୍ରସାର ଅଭାବ କାରଣରୁ ଅନେକ କଳାକାର ଏହି ସାମର୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମରେ ଯୋଗଦେଇ ପାରିନଥିବା ଅଭିଯୋଗ ହୋଇଛି। ଏଥିରେ ଅନେକ ଅବବ୍ୟସ୍ଥା ମଧ୍ୟ ଦେଖିବାକୁ ମିଳିଥିଲା । ସ୍ୱଳ୍ପ ସମୟ ମଧ୍ୟରେ କଳା ପଦର୍ଶନ କରିବାକୁ ଅନୁମତି, ପ୍ରଦର୍ଶନ ସମୟରେ ବାରମ୍ବାର ଲାଇନ କାଟ, ଏମିତିକି ପିଇବା ପାଣି ସମସ୍ୟା ଯୋଗୁଁ କଳାକାରମାନେ କ୍ଷୋଭ ପ୍ରକାଶ କରିଥିଲେ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

For All Latest Updates

TAGGED:

ABOUT THE AUTHOR

...view details