କେନ୍ଦ୍ରାପଡା: ଘର ବାଡିରେ ଫୁଟିଲା ତିନୋଟି ବ୍ରହ୍ମକମଳ ଫୁଲ । କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ରାଜଗଡ଼ ପଞ୍ଚାୟତର ପଟଣା ଗ୍ରାମର ଚାଷୀ ବୀରବର ସ୍ବାଇଁଙ୍କ ଘରପଛ ବାଡିରେ ଫୁଟିଛି ତିନୋଟି ବ୍ରହ୍ମ କମଳ ଫୁଲ । ତିନିବର୍ଷ ତଳେ ବୀରବରଙ୍କ ଭଣଜା ଏହି ବ୍ରହ୍ମକମଳ ଗଛଟିକୁ କୋଲକତାରୁ ଆଣି ମାମୁଁଙ୍କୁ ଉପହାର ଦେଇଥିଲେ ।
ଆଜି ଏହି ଗଛରେ ତିନୋଟି ଫୁଲ ଫୁଟିଥିବା ଦେଖି ପରିବାରବର୍ଗ ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଏହି ଫୁଲକୁ ବୀରବର ଓ ପରିବାରବର୍ଗ କାକଟପୁରସ୍ଥିତ ଜଗନ୍ନାଥ ମନ୍ଦିରରେ ସମର୍ପଣ କରିବା ପାଇଁ ମାନସିକ କରିଛନ୍ତି । ଏହାପୂର୍ବରୁ ଚଳିତବର୍ଷ ପ୍ରଥମ ରଜରେ ବୀରବରଙ୍କ ଏହି ବ୍ରହ୍ମକମଳ ଗଛରେ ସମାନ ଭାବେ ତିନୋଟି ଫୁଲ ଫୁଟିଥିବା ବେଳେ ସେ ଏହାକୁ ଜିଲ୍ଲାର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉଙ୍କୁ ଲାଗି କରାଇଥିଲେ ।