କେନ୍ଦ୍ରାପଡ଼ା: ଜିରୋ ବ୍ୟାଙ୍କ ଆକାଉଣ୍ଟ ଉପରେ ସାଇବର ଠକଙ୍କ ନଜର । ଜିରୋ ଆକାଉଣ୍ଟରେ ହେଉଛି କୋଟି କୋଟି ଟଙ୍କାର କାରବାର । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମହାକାଳପଡା ଥାନା ଅଧିନ ପେଟଛେଲା ପଞ୍ଚାୟତ କେନ୍ତିଆ ଗ୍ରାମରୁ । ଚାଷ ଓ ବ୍ୟବସାୟ କରି ପରିବାର ଚଳାଉଥିବା ଗୋବିନ୍ଦ ସ୍ବାଇଁଙ୍କ ଜିରୋ ଆକାଉଣ୍ଟ ବ୍ୟାଙ୍କ ଜମାଖାତାରେ କୋଟି କୋଟି ଟଙ୍କା କାରବାର ହେଉଥିବା ଅଭିଯୋଗ ।
ସୂଚନାନୁୟାୟୀ, ୨୦୧୫ ମସିହାରେ ଗୋବିନ୍ଦ ରାମନଗରସ୍ଥିତ SBI ବ୍ୟାଙ୍କରେ ପେଟଛେଲା ଗ୍ରାମରେ ଥିବା ଗ୍ରାହକ ସେବାକେନ୍ଦ୍ରରେ ଜନଧନ ଯୋଜନା ମାଧ୍ୟମରେ ଏକ ଜିରୋ ଆକାଉଣ୍ଟ ଖୋଲିଥିଲେ । ଏହି ଜମାଖାତାରେ ୧ ହଜାରରୁ ୫ ହଜାର ମଧ୍ୟରେ ଗୋବିନ୍ଦ କାରବାର କରନ୍ତି । କେନ୍ତିଆ ଗ୍ରାମରେ ସନ୍ତୋଷୀ ମା'ଙ୍କ ମନ୍ଦିର ନିର୍ମାଣ ପାଇଁ ଜଣେ ଭକ୍ତ ଗୋବିନ୍ଦଙ୍କ ବ୍ୟାଙ୍କ ଜମାଖାତାକୁ ୨ ହଜାର ଟଙ୍କା ପଠାଇଥିଲେ । ଟଙ୍କା ଉଠାଇବା ପାଇଁ ଗୋବିନ୍ଦ ଗ୍ରାହକ ସେବାକେନ୍ଦ୍ରକୁ ଯାଇ ଥିବାବେଳେ ଟଙ୍କା ଉଠିନଥିଲା ।