କେନ୍ଦ୍ରାପଡା:ରାଜରାସ୍ତା ପାର ହେଉଛି ବଉଳା କୁମ୍ଭୀର । ପଦଲାପୁର ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କୁମ୍ଭୀରର ଲମ୍ବ ୧୦ ଫୁଟ ହେବା ନେଇ ଅନୁମାନ କରାଯାଉଛି । ଖବର ପ୍ରଘଟ ହେବାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । କୁମ୍ଭୀର ମାନଙ୍କ ଅଭୟାରଣ୍ୟ କୁହାଯାଉଥିବା ଭିତରକନିକା ଜାତୀୟ ଉଦ୍ୟାନ ମୁଖ୍ୟ ରାସ୍ତାର ପଦଲାପୁର ରାସ୍ତାରେ ଶୁକ୍ରବାର ଏକ ୧୦ ଫୁଟରୁ ଉର୍ଦ୍ଧ୍ବ ଲମ୍ବର କୁମ୍ଭୀର ପାର ହେଉଥିବା ବେଳେ କିଛି ସ୍ଥାନୀୟଲେକେ ଦେଖିଥିଲେ ।
ରାସ୍ତାରେ ବାଇକ ଯୋଗେ ଯାଉଥିବା ଜଣେ ଆରୋହି ଏହି ଭିଡ଼ିଓଟିକୁ ଉତ୍ତୋଳନ କରିଥିବା ବେଳେ ସ୍ଥାନୀୟ ଲୋକେ କୁମ୍ଭୀର ରାସ୍ତାରେ ବୁଲୁଥିବା ଦେଖି ଆତଙ୍କିତ ହୋଇ ପଡିଛନ୍ତି । ଭିତରକନିକା କୁମ୍ଭୀର ମାନଙ୍କ ଏନ୍ତୁଡ଼ିଶାଳ ରୂପେ ବିଶ୍ୱରେ ପରିଗଣିତ ହେଉଥିବା ବେଳେ ଏଠାରେ ଥିବା ନଦୀ ନାଳ ମାନଙ୍କରେ ବସା ବାନ୍ଧି ରହିଥାନ୍ତି ବଉଳା କୁମ୍ଭୀର ।
ଏହା ମଧ୍ୟ ପଢନ୍ତୁ: ଗୁଜୁରାଟ ଗସ୍ତରେ ମୋଦି, ଗଣ ବିବାହ କାର୍ଯ୍ୟକ୍ରମରେ ହେବେ ସାମିଲ