ଓଡିଶା

odisha

ETV Bharat / state

ବ୍ରାହ୍ମଣୀ ନଦୀରୁ ଟିକିଲି ବାବାଙ୍କୁ ଟାଣି ନେଲା କୁମ୍ଭୀର, ମିଳୁନି ପତ୍ତା - ପୁଣି ଜଣଙ୍କୁ ଟାଣି ନେଲା କୁମ୍ଭୀର

ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଟାଣି ନେଲା କୁମ୍ଭୀର । ଅଧିକ ପଢନ୍ତୁ

crocodile drag a man in kendrapara
crocodile drag a man in kendrapara

By

Published : Jul 28, 2023, 9:28 AM IST

Updated : Jul 28, 2023, 10:21 AM IST

crocodile drag a man in kendrapara

କେନ୍ଦ୍ରାପଡା: ଜିଲ୍ଲାରେ ଥମୁନି କୁମ୍ଭୀର ଆତଙ୍କ । ପୁଣି ଜଣଙ୍କୁ ଟାଣି ନେଲା କୁମ୍ଭୀର । ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି । ଗୁରୁବାର ରାତି ସାରା ଖୋଜା ଖୋଜି ପରେ ମଧ୍ୟ ବ୍ୟକ୍ତିଙ୍କ ପତ୍ତା ମିଳିପାରିନି । ଗତ ଦେଢ ମାସ ମଧ୍ୟରେ ଏହା ଚତୁର୍ଥ ଘଟଣା । ପୂର୍ବରୁ କୁମ୍ଭୀର ପଞ୍ଝାରେ ପଡି 3 ଜଣଙ୍କର ଜୀବନ ଯାଇଛି ।

ଏହା ମଧ୍ୟ ପଢନ୍ତୁ-ଶୌଚ ହେବା ସମୟରେ ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର, 15 ଦିନରେ ତୃତୀୟ ଘଟଣା

ମିଳିଥିବା ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ବ୍ଳକ ପେଣ୍ଠପାଳ ପଞ୍ଚାୟତ କୂଳସାହିରେ ଥିବା ବ୍ରାହ୍ମଣୀ ନଦୀ ତୁଠକୁ ଗୁରୁବାର(ଜୁଲାଇ 27) ରାତିରେ ସ୍ଥାନୀୟ ଅଞ୍ଚଳର ଅମୂଲ୍ୟ ଦାସ ଓରଫ ଟିକିଲି ବାବା ଶୌଚ ହେବାକୁ ଯାଇଥିଲେ । ସାଥିରେ ଲୁଗାପଟା ସଫା କରିବା ପାଇଁ ମଧ୍ୟ ନେଇଥିଲେ । ତେବେ ସେ ନଦୀ ତୁଠରେ ଶୌଚ ହେବା ସମୟରେ ପାଣି ଭିତରେ ଲୁଚି ରହିଥିବା ଏକ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା ।

ଏହା ମଧ୍ୟ ପଢନ୍ତୁ-ମହିଳାଙ୍କୁ ଟାଣିନେଲା କୁମ୍ଭୀର; କେବେ ଚେତିବ ବନବିଭାଗ ?

ଜୀବନ ବଞ୍ଚାଇବା ପାଇଁ ବାବା ଅମୂଲ୍ୟ ଦାସ ଚିତ୍କାର କରିଥିଲେ । କିନ୍ତୁ ତୁଠ ପାଖରେ ସ୍ଥାନୀୟ ଲୋକେ ପହଞ୍ଚିବା ବେଳକୁ କୁମ୍ଭୀର ବାବାଙ୍କୁ ନଦୀ ମଧ୍ୟକୁ ଟାଣି ନେଇଥିଲା । ଗତରାତିରେ(ଗୁରୁବାର) ସ୍ଥାନୀୟ ଲୋକେ ଲାଇଟ ଲଗାଇ ଡଙ୍ଗାରେ ଖୋଜା ଖୋଜି କରିବା ସହ ଅଗ୍ନିଶମ ବିଭାଗ ମଧ୍ୟ ଖୋଜାଖୋଜି ଜାରି ରଖିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଅମୂଲ୍ୟ ଦାସଙ୍କ କୌଣସି ପତ୍ତା ମିଳିପାରିନି । ସେ ଜୀବିତ ଅଛନ୍ତି ନା କୁମ୍ଭୀର ତାଙ୍କୁ ଖାଇ ଦେଇଛି ତାହାକୁ ନେଇ ଚିନ୍ତା ବଢିଛି ।

ଏହା ମଧ୍ୟ ପଢନ୍ତୁ-ମାଆ ଆଗରେ ପୁଅକୁ ଝାମ୍ପି ନେଲା କୁମ୍ଭୀର

ଗତ ଜୁନ 29 ତାରିଖରେ ଶୌଚ ହେବାକୁ ଯାଇ କୁମ୍ଭୀର ମୁହଁରେ ପଡିଥିଲେ ବୃଦ୍ଧ । ବ୍ରାହ୍ମଣୀ ନଦୀରେ ଶୌଚ ହେଉଥିବା ବେଳେ ବୃଦ୍ଧଙ୍କୁ ଟାଣି ନେଇଥିଲା କୁମ୍ଭୀର । ଦୀର୍ଘ ସମୟ ଖୋଜାଖୋଜି ପରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ । ଗତମାସ ଜୁନ ୧୪ରେ କୁମ୍ଭୀର ଆକ୍ରମଣରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା । ଗତ 22 ତାରିଖରେ ରାଜନଗର ହାତିଆଗଡ଼ି ଗାଁର ଜଣେ ମହିଳାଙ୍କୁ ଟାଣି ନେଇଥିଲା । ତେବେ ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସୁଥିବା ବେଳେ କାହିଁକି କିଛି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ,କେନ୍ଦ୍ରାପଡା

Last Updated : Jul 28, 2023, 10:21 AM IST

ABOUT THE AUTHOR

...view details