କେନ୍ଦ୍ରାପଡା: ଶେଷ ହୋଇଛି ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର କୁମ୍ଭୀର ଗଣନା। ଗତ 26 ତାରିଖରୁ କୁମ୍ଭୀର ଗଣନା ପାଇଁ ଏହି ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା। କୁମ୍ଭୀର ବିଶାରଦ ଡ଼ଃ ସୁଧାକର କର ଓ ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସଙ୍କ ନେତୃତ୍ବରେ ହୋଇଥିବା ଏହି ଗଣନା କାର୍ଯ୍ୟରେ 23ଟି ଟିମ 54ଟି ସେଗମେଣ୍ଟରେ ବିଭିନ୍ନ ନଦୀ ଓ କ୍ରିକ ମଧ୍ୟରେ ଗଣନା କରିଥିଲେ।
ଏହି ଗଣନା ରାଜନଗର, ଭିତରକନିକା, ମହାକାଳପଡ଼ା ଓ ଗହୀରମଥା ରେଞ୍ଜରେ ସମ୍ପାଦନ କରାଯାଇଥିବା ବେଳେ କୁମ୍ଭୀରଙ୍କ ସଂଖ୍ୟା 1757 ରହିଛି । ଯାହାକି ଗତବର୍ଷ ଗଣନା କରାଯାଇଥିବା 1742ରୁ 15ଟି ଅଧିକ। ଏହି କୁମ୍ଭୀରମାନଙ୍କ ମଧ୍ୟରେ ଆଡ଼ଲ୍ଟ 339, ସବ ଆଡଲଟ 185, ଜୁଭେନାଇଲ 288, ଇଅରଲିଙ୍ଗ 325, ସବୁଠାରୁ ଛୋଟ ଅର୍ଥାତ ହାଚଲିଙ୍ଗ ସଂଖ୍ୟା 620 ବୋଲି ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ।