ଓଡିଶା

odisha

ETV Bharat / state

ଖୁସି ଖବର ଦେଲା ଭିତରକନିକା, ବଢିଛି କୁମ୍ଭୀର ସଂଖ୍ୟା - ବଢ଼ିଛି କୁମ୍ଭୀର ସଂଖ୍ୟା

Crocodile census: ଚଳିତବର୍ଷ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଗଣନା ବେଳେ ମୋଟ ୧୮ଟି କୁମ୍ଭୀର ବଢିଥିବାବେଳେ ୧୮୧୧ଟି କୁମ୍ଭୀର ରହିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ଭିତରକନିକାରେ ଶେଷ ହେଲା କୁମ୍ଭୀର ଗଣନା ,କୁମ୍ଭୀର ସଂଖ୍ୟା ବୃଦ୍ଧି
ଭିତରକନିକାରେ ଶେଷ ହେଲା କୁମ୍ଭୀର ଗଣନା ,କୁମ୍ଭୀର ସଂଖ୍ୟା ବୃଦ୍ଧି

By ETV Bharat Odisha Team

Published : Jan 13, 2024, 10:52 PM IST

ଭିତରକନିକାରେ ଶେଷ ହେଲା କୁମ୍ଭୀର ଗଣନା ,କୁମ୍ଭୀର ସଂଖ୍ୟା ବୃଦ୍ଧି

କେନ୍ଦ୍ରାପଡ଼ା:ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଚଳିତବର୍ଷ କୁମ୍ଭୀର ଗଣନା ଶେଷ ହୋଇଛି । ଚଳିତବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଗଣନା ବେଳେ ମୋଟ ୧୮ଟି କୁମ୍ଭୀର ବଢିଥିବାବେଳେ ଧଳା କୁମ୍ଭୀର ସଂଖ୍ୟା ସ୍ପଷ୍ଟ ହୋଇନଥିବା କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ।

ସୂଚନାନୁଯାୟୀ, ବଉଳା କୁମ୍ଭୀରଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ କୁମ୍ଭୀର ଗଣନା ପାଇଁ ଗତ ୪ ତାରିଖରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିଛି । ଏହାରି ଭିତରେ ଡ଼ଃ ସୁଧାକର କରଙ୍କ ନେତୃତ୍ୱରେ ୨୨ଟି ଟିମ କୁମ୍ଭୀର ଗଣନାରେ ସାମିଲ ହୋଇଥିଲେ । ଗତ ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ସମାପନ ହୋଇଥିବା ବେଳେ ପ୍ରତି ଟିମରେ ୪-୫ ଜଣ ସଦସ୍ୟ ରହିଥିଲେ । ଦିନରେ ପଲିଗନ ସର୍ଚ୍ଚ ଆପ ଓ ରାତିରେ ପାରମ୍ପରିକ ପଦ୍ଧତିରେ କୁମ୍ଭୀର ଗଣନା କରିଥିଲେ ।

ତେବେ ଗତ ୨୦୨୩ ମସିହାରେ ଏହି ଜାତୀୟ ଉଦ୍ୟାନ ଓ ସନ୍ନିକଟ ନଦୀନାଳ ମାନଙ୍କରେ ମୋଟ ୧୭୯୩ଟି କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୮୧୧ ରେ ପହଞ୍ଚିଛି । ଏଥିରେ ହ୍ୟାଚଲିଙ୍ଗ(୨ଫୁଟରୁ କମ) ୫୮୨ଟି , ୟିଅର୍ଲିଙ୍ଗ(୨-୩ଫୁଟ) ୩୮୭ଟି , ଜୁଭେନାଇଲ(୩-୬ ଫୁଟ)୩୨୭ଟି, ସବ ଆଡ଼ଲ୍ଟ(୬-୮ ଫୁଟ) ୧୬୭ଟି ଓ ଆଡ଼ଲ୍ଟ(୮ ଫୁଟରୁ ଉର୍ଦ୍ଧ୍ବ) ୩୪୮ଟି ଚିହ୍ନଟ କରାଯାଇଛି । ଗତବର୍ଷ ତୁଳନାରେ ହ୍ୟାଚଲିଙ୍ଗ ସଂଖ୍ୟା ୧୩ଟି ବୃଦ୍ଧି ହୋଇଥିବା ବେଳେ ୟିଅର୍ଲିଙ୍ଗ ଗୋଟିଏ କମିଛି,ସବ ଆଡ଼ଲ୍ଟ ସଂଖ୍ୟା ମାତ୍ର ଗୋଟିଏ ବୃଦ୍ଧି ପାଇଥିବା ବେଳେ ଜୁଭେନାଇଲ ସଂଖ୍ୟା ୨ଟି ବଢିଛି ।

ଏହା ମଧ୍ୟ ପଢନ୍ତୁ ..... ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ, ୧୨ ଯାଏଁ ଚାଲିବ

ଏହା ମଧ୍ୟ ପଢନ୍ତୁ .....ସାତକୋଶିଆ ଗଣ୍ଡରେ ଚାଲିଛି କୁମ୍ଭୀର ଗଣନା, ସାମିଲ ହେଲେ DFO

ତେବେ ଆଡ଼ଲ୍ଟ କୁମ୍ଭୀର ସଂଖ୍ୟା ଅନୁରୂପ ଭାବେ ୩ଟି ବୃଦ୍ଧି ପାଇଛି । ୨୦୧୯ ମସିହାରେ ଭିତରକନିକା ଜାତୀୟ ଉଦ୍ୟାନ ସମେତ ଏହାର ଆଖପାଖ ଅଞ୍ଚଳରେ ମୋଟ ୧୭୪୨ଟି, ୨୦୨୦ ମସିହାରେ ୧୭୫୭ଟି,୨୦୨୧ ମସିହାରେ ୧୭୬୮, ୨୦୨୨ ମସିହାରେ ୧୭୮୪, ୨୦୨୩ ମସିହାରେ ୧୭୯୩ଟି ଓ ଚଳିତବର୍ଷ ୧୮୧୧ ଟି କୁମ୍ଭୀର ରହିଥିବା ଗଣନା କରାଯାଇଥିବା ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । ଯାହାକୁ ନେଇ ପ୍ରକୃତି ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଏହା ମଧ୍ୟ ପଢନ୍ତୁ ....ଆଜିଠାରୁ ତିନିଦିନ ପର୍ଯ୍ୟନ୍ତ ଶିମିଳିପାଳରେ ଚାଲିବ କୁମ୍ଭୀର ଗଣନା କାର୍ଯ୍ୟ

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details