ଓଡିଶା

odisha

ETV Bharat / state

ଭିତରକନିକାରେ ଅଣ୍ଡାରୁ ଛୁଆ ବାହାରିବା ପ୍ରକ୍ରିୟା ଆରମ୍ଭ - ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଅଣ୍ଡାରୁ ଛୁଆ ବାହାରିବା ପ୍ରକ୍ରିୟା ଆରମ୍ଭ । ଅଧିକ ପଢନ୍ତୁ

ଭିତରକନିକାରେ ଅଣ୍ଡାରୁ ଛୁଆ ବାହାରିବା ପ୍ରକ୍ରିୟା ଆରମ୍ଭ
ଭିତରକନିକାରେ ଅଣ୍ଡାରୁ ଛୁଆ ବାହାରିବା ପ୍ରକ୍ରିୟା ଆରମ୍ଭ

By

Published : Aug 13, 2022, 7:17 PM IST

କେନ୍ଦ୍ରାପଡ଼ା: ଜିଲ୍ଲାରେ ଥିବା ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଅଣ୍ଡାରୁ ଛୁଆ ବାହାରିବା ପ୍ରକ୍ରିୟା (crocodile breeding session) ଆରମ୍ଭ ହୋଇଛି । କୁମ୍ଭୀର ପ୍ରଜନନ ପାଇଁ ଗତ ମେ ୧ରୁ ଜୁଲାଇ ୩୧ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନ ବନ୍ଦ ରହିଥିବା ବେଳେ ଏବେ କୁମ୍ଭୀର ମାନଙ୍କର ଅଣ୍ଡାଦାନ ସ୍ଥଳକୁ ଚିହ୍ନଟ କରି ସେଠାରେ ଥିବା ଅଣ୍ଡାରୁ ଛୁଆ ଫୁଟିଥିବା ଦେଖିବାକୁ ପାଇଛି ବନବିଭାଗ ।

ଭିତରକନିକାରେ ଅଣ୍ଡାରୁ ଛୁଆ ବାହାରିବା ପ୍ରକ୍ରିୟା ଆରମ୍ଭ

ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ କୁମ୍ଭୀର ମାନେ ୨୦ରୁ ଊର୍ଦ୍ଧ୍ବ ଅଣ୍ଡାଦାନ କରିଥିବା ବେଳେ ଏବେ ସେଗୁଡିକରୁ ହ୍ୟାଚେରୀ କୁମ୍ଭୀର ବାହାରିବା ବନବିଭାଗ କର୍ମଚାରୀ ମାନଙ୍କ ପାଇଁ ଖୁସି ଆଣି ଦେଇଛି । ଚଳିତ ବର୍ଷ ତୁଳନାରେ ଆସନ୍ତା ବର୍ଷ ଗଣନା ବେଳେ ଜାତୀୟ ଉଦ୍ୟାନ ମଧ୍ୟରେ କୁମ୍ଭୀର ସଂଖ୍ୟା ଯଥେଷ୍ଟ ବୃଦ୍ଧି ହେବ ବୋଲି ଆଶା ରଖିଛି ବନବିଭାଗ । ପ୍ରତିବର୍ଷ କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ କୁମ୍ଭୀର ପ୍ରଜନନ ଲାଗି ଉଦ୍ୟାନକୁ ବନ୍ଦ ରଖାଯାଏ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details