କେନ୍ଦ୍ରାପଡ଼ା: ଗୋବରୀ ନଦୀରେ ପୁଣି ଦେଖାଦେଲା କୁମ୍ଭୀର ଆତଙ୍କ। ମଙ୍ଗଳବାର ସନ୍ଧ୍ୟାରେ ମହାକାଳପଡ଼ା ଦେଉଳପଡ଼ା ଗ୍ରାମର ବ୍ରଜକିଶୋର ପ୍ରଧାନ (୪୮) ଗୋବରୀ ନଦୀରୁ ଜାଲ ପକାଇ ମାଛ ଧରୁଥିବା ବେଳେ କୁମ୍ଭୀର ତାଙ୍କୁ ଆକ୍ରମଣ କରି ନଦୀ ଭିତରକୁ ଟାଣି ନେଇଥିଲା।
ଗୋବରୀ ନଦୀରେ କୁମ୍ଭୀର ଆତଙ୍କ - କୁମ୍ଭୀର ଆକ୍ରମଣ
କେନ୍ଦ୍ରାପଡ଼ାର ଗୋବରୀ ନଦୀରେ ମାଛ ଧରିବା ବେଳେ ଜଣେ ବ୍ୟକ୍ତି କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି। ଅଧିକ ପଢ଼ନ୍ତୁ...
ଗୋବରୀ ନଦୀରେ କୁମ୍ଭୀର ଆତଙ୍କ
ଗୋବରୀ ନଦୀରେ କୁମ୍ଭୀର ଆତଙ୍କ
ଠିକ ସମୟରେ ବ୍ରଜ ଉପସ୍ଥିତ ବୁଦ୍ଧି ଖଟାଇ କୁମ୍ଭୀର ସହିତ ମୁକାବିଲା କରି ନିଜ ଜୀବନ ବଞ୍ଚାଇଛନ୍ତି। କୁମ୍ଭୀର ଆକ୍ରମଣରେ ତାଙ୍କର ହାତ ଓ ଗୋଡ଼ରେ ଗଭୀର କ୍ଷତ ହୋଇଛି। ପ୍ରଥମେ ତାଙ୍କୁ ସ୍ଥାନୀୟ କୁରୁତୁଙ୍ଗା ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ