ଓଡିଶା

odisha

ETV Bharat / state

କେନ୍ଦ୍ରାପଡାରେ କୁମ୍ଭୀର ଆକ୍ରମଣ, ଜଣେ ଆହାତ

କେନ୍ଦ୍ରାପଡାରେ କୁମ୍ଭୀର ଆକ୍ରମଣରେ ଜଣେ ଆହାତ । ଚାଷ କାମ ସାରି ନଦୀରେ ହାତ ଗୋଡ ଧୋଇବା ସମୟରେ କୁମ୍ଭୀର ଆକ୍ରମଣ କରିଥିଲା ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କେନ୍ଦ୍ରାପଡା

By

Published : Sep 14, 2019, 11:21 PM IST

କେନ୍ଦ୍ରାପଡା: ମହାକାଳପଡାର ଜାଲକଣା ଗ୍ରାମରେ କୁମ୍ଭୀର ଆକ୍ରମଣ । କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି ଭଜକୃଷ୍ଣ ପ୍ରଧାନ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କେନ୍ଦ୍ରାପଡା

ଜାଲକଣା ଗ୍ରାମର ଭଜକୃଷ୍ଣ ପ୍ରଧାନ ସନ୍ଧ୍ୟାରେ ଚାଷକାମ ସାରି ଗୋବରୀ ନଦୀରେ ଧୂଆଧୁଇ ହେବାବେଳେ କୁମ୍ଭୀର ଆକ୍ରମଣ କରିଥିଲା । କୁମ୍ଭୀର ଆକ୍ରମଣରେ ଭାଜକୃଷ୍ଣଙ୍କର ବାମଗୋଡରେ ଆଘାତ ଲାଗିଛି। ତାଙ୍କୁ ଏବେ ମହାକାଳପଡା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ନଦୀନାଳ ଘେରା ମହାକାଳପଡ଼ା ଅଞ୍ଚଳରେ କୁମ୍ଭୀର ଆକ୍ରମଣର ଶିକାର ହୋଇ ପ୍ରତ୍ୟକ ବର୍ଷ ଅନ୍ୟୁନ ୧୦ରୁ ଊର୍ଦ୍ଧ୍ବ ଲୋକଙ୍କର ପ୍ରାଣହାନି ଘଟୁଛି । କିନ୍ତୁ ଜିଲ୍ଲା ପ୍ରଶାସନର ସ୍ଥାଣୁତା ଭବିଷ୍ୟତର ଏକ ବଡଧରଣର ବିପ୍ଳବର କାରଣ ହୋଇପାରେ ବୋଲି ଅଞ୍ଚଳବାସୀ ଚେତାବନୀ କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details