ଓଡିଶା

odisha

ETV Bharat / state

କେନ୍ଦ୍ରାପଡ଼ାରେ ବନ୍ୟଜନ୍ତୁ ଓ କୁମ୍ଭୀର ଆକ୍ରମଣରେ ଅତିଷ୍ଠ ଜନତା, ବେଫିକର ବନବିଭାଗ - କେନ୍ଦ୍ରାପଡ଼ାରେ କୁମ୍ଭୀର ଆକ୍ରମଣରେ ଅତିଷ୍ଠ ଜନତା

କେନ୍ଦ୍ରାପଡ଼ାରେ କୁମ୍ଭୀର ଓ ଜଙ୍ଗଲୀ ଜନ୍ତୁଙ୍କ ଆକ୍ରମଣରେ ଅତିଷ୍ଠ ସାଧାରଣ ଜନତା । କୈଣସି ପଦକ୍ଷପ ନେଉନାହିଁ ବନବିଭାଗ । ଅଧିକ ପଢନ୍ତୁ

କେନ୍ଦ୍ରାପଡ଼ାରେ ବନ୍ୟଜନ୍ତୁ ଓ କୁମ୍ଭୀର ଆକ୍ରମଣରେ ଅତିଷ୍ଠ ଜନତା, ବେଫିକର ବନବିଭାଗ
କେନ୍ଦ୍ରାପଡ଼ାରେ ବନ୍ୟଜନ୍ତୁ ଓ କୁମ୍ଭୀର ଆକ୍ରମଣରେ ଅତିଷ୍ଠ ଜନତା, ବେଫିକର ବନବିଭାଗ

By

Published : Jun 5, 2022, 10:45 AM IST

କେନ୍ଦ୍ରାପଡ଼ା:ଗୋଟିଏ ପଟେ ନଦୀରେ କୁମ୍ଭୀର ଭୟ ତ ଅନ୍ୟପଟେ ଜଙ୍ଗଲୀ ଜନ୍ତୁ,ଏଭଳି ଦୁଇ ପାର୍ଶ୍ବରୁ ଭୟଭୀତ ହୋଇ କଟୁଛି ଜୀବନ। କେତେବେଳେ କେଉଁ ସମୟରେ କାହାର ଯେ ପ୍ରାଣ ଯିବ ତାହା କାହାକୁ ବି ଜଣା ନାହିଁ । କିନ୍ତୁ ଏଥି ପ୍ରତି ବନବିଭାଗର ନିଘା ନାହିଁ । ଏକମାସ ମଧ୍ୟରେ ଜିଲ୍ଲାରେ କୁମ୍ଭୀର ଆକ୍ରମଣରେ ଦୁଇଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଜଣେ ନାବାଳକ କୁମ୍ଭୀର ମୁହଁରୁ ବଞ୍ଚି ଆସିଯାଇଛନ୍ତି ।

କେନ୍ଦ୍ରାପଡ଼ାରେ ବନ୍ୟଜନ୍ତୁ ଓ କୁମ୍ଭୀର ଆକ୍ରମଣରେ ଅତିଷ୍ଠ ଜନତା, ବେଫିକର ବନବିଭାଗକେନ୍ଦ୍ରାପଡ଼ାରେ ବନ୍ୟଜନ୍ତୁ ଓ କୁମ୍ଭୀର ଆକ୍ରମଣରେ ଅତିଷ୍ଠ ଜନତା, ବେଫିକର ବନବିଭାଗ

ସେହିପରି କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ ପ୍ରବାହିତ ଖରସ୍ରୋତା ନଦୀର ଇଚ୍ଛାପୁର ଗ୍ରାମରେ ପ୍ରକାଶ ନାୟକଙ୍କ ଏକ ମଇଁଷି ଚରୁଥିବା ବେଳେ ଏକ କୁମ୍ଭୀର ମଇଁଷିଟିକୁ ନଦୀ ଗର୍ଭକୁ ଝାମ୍ପି ନେଇଥିଲା। ସ୍ଥାନୀୟ ଲୋକେ ମଇଁଷିଟିକୁ ବହୁ ଖୋଜାଖୋଜି କରି ଶେଷରେ ମୃତଦେହକୁ ନଦୀକୂଳକୁ ଆଣିବାରେ ସକ୍ଷମ ହୋଇଥିଲେ । ଅନ୍ୟ ଏକ ଘଟଣା କ୍ରମରେ ମହାକାଳପଡ଼ା ଜମ୍ବୁ ମେରାଇନ ଥାନା ନିପାଣିଆ ଗାଁର ପ୍ରମୋଦ ବାରୋଇ ଓ ବିଷ୍ଣୁ ଦାସ ମାର୍ଶାଘାଇରୁ କାମ ସାରି ଫେରୁଥିବା ବେଳେ ବଡ଼ଟୁବି ନିକଟରେ ଥିବା ଜଙ୍ଗଲରୁ ଏକ ବାରହା ହଠାତ ବାହାରି ଆକ୍ରମଣ କରିଥିଲା ।ଫଳରେ ଉଭୟ ଯୁବକ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।

ଏହି ଅଞ୍ଚଳରେ ବାରହା କୁମ୍ଭୀର ଆକ୍ରମଣରେ ବାରମ୍ବାର ଲୋକେ ଗୁରୁତର ଓ ମୃତ୍ୟୁମୁଖରେ ପଡୁଥିବା ବେଳେ ଜଙ୍ଗଲ ବିଭାଗର ଏହି ଘଟଣା ପ୍ରତି ସଚେତନତା ନାହିଁ କିମ୍ବା କୌଣସି ପଦକ୍ଷେପ ମଧ୍ୟ ନେଉ ନାହିଁ।ତେବେ ନଦୀନାଳ ଓ ଜଙ୍ଗଲ ଘେରା କେନ୍ଦ୍ରାପଡ଼ା ଜିଲ୍ଲାର ଉପାନ୍ତ ଅଞ୍ଚଳରେ ବନବିଭାଗ ପକ୍ଷରୁ ନଦୀରେ ତାରବାଡ଼ ନଦେବା ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲିଦେଉଛି ନିଶ୍ଚୟ ।

ABOUT THE AUTHOR

...view details