ଓଡିଶା

odisha

ETV Bharat / state

ମହାମାରୀ ଛାଟ; ବାଟବଣା ମଧ୍ୟାହ୍ନ ଭୋଜନ, ରନ୍ଧା ଖାଦ୍ୟ ଯୋଗାଇବାକୁ ଦାବି - Midday Meal

ପ୍ରାଥମିକ ଶିକ୍ଷା ଅର୍ଥାତ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ମୁଣ୍ଡପିଛା ଦୈନିକ ହିସାବରେ ୧୦୦ ଗ୍ରାମ ଚାଉଳ ସହ 5 ଟଙ୍କା 42 ପଇସା ଆର୍ଥିକ ସହଯୋଗ ଥିବାବେଳେ, ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଦୈନିକ ମୁଣ୍ଡପିଛା 150 ଗ୍ରାମ ଚାଉଳ ଓ ସହ 8 ଟଙ୍କା 10 ପଇସା ସରକାର ଯୋଗାଇ ଦେଉଛନ୍ତି । ଅଧିକ ପଢନ୍ତୁ...

ମଧ୍ୟାହ୍ନ ଭୋଜନ କେନ୍ଦ୍ରାପଡା
ମଧ୍ୟାହ୍ନ ଭୋଜନ କେନ୍ଦ୍ରାପଡା

By

Published : Jun 12, 2021, 9:35 PM IST

Updated : Jun 13, 2021, 2:12 PM IST

କେନ୍ଦ୍ରାପଡା:ପୁଷ୍ଟିକର ଖାଦ୍ୟ ପାଉନାହାନ୍ତି ଛାତ୍ରଛାତ୍ରୀ । ଗୋଟିଏ ପଟେ ବିଦ୍ୟାଳୟ ଦେଢବର୍ଷ ଅଧିକ ସମୟ ହେଲା ବନ୍ଦ, ଅନ୍ୟପଟେ ପରିବାରର ଆର୍ଥିକ ଅବସ୍ଥା ଦୁର୍ବଳ ଯୋଗୁଁ ପୁଷ୍ଟିକର ଖାଦ୍ୟ ପାଉନାହାଁନ୍ତି କୋମଳମତି ଛାତ୍ରଛାତ୍ରୀ । ସେପଟେ ରାଜ୍ୟରେ ମଧ୍ୟାହ୍ନ ଭୋଜନା ମଧ୍ୟ ଠପ । ବିଦ୍ୟାଳୟରେ ସପ୍ତାହକୁ ଦୁଇଦିନ ଡାଲମା, ଦୁଇଦିନ ସୋୟାବଡି ଓ ଆଉ ଦୁଇଦିନ ଅଣ୍ଡା ତରକାରୀ ପିଲାମାନେ ଖାଉଥିଲେ ।

ମହାମାରୀ ଛାଟ; ବାଟବଣା ମଧ୍ୟାହ୍ନ ଭୋଜନ, ରନ୍ଧା ଖାଦ୍ୟ ଯୋଗାଇବାକୁ ଦାବି

ପ୍ରାଥମିକ ଶିକ୍ଷା ଅର୍ଥାତ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ମୁଣ୍ଡପିଛା ଦୈନିକ ହିସାବରେ ୧୦୦ ଗ୍ରାମ ଚାଉଳ ସହ 5 ଟଙ୍କା 42 ପଇସା ଆର୍ଥିକ ସହଯୋଗ ଥିବାବେଳେ, ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଦୈନିକ ମୁଣ୍ଡପିଛା 150 ଗ୍ରାମ ଚାଉଳ ଓ ସହ 8 ଟଙ୍କା 10 ପଇସା ସରକାର ଯୋଗାଇ ଦେଉଛନ୍ତି । ବାଧ୍ୟତାମୂଳକ ଶିକ୍ଷା ଓ ପୁଷ୍ଟିକର ଖାଦ୍ୟ ଯୋଗାଣ ଲକ୍ଷ୍ୟରେ 1995 ମସିହାରେ ଆରମ୍ଭ ହୋଇଥିଲା ମଧ୍ୟାହ୍ନ ଭୋଜନ । ତେବେ ଯୋଜନା ଲକ୍ଷ୍ୟପଥରେ ଅଗ୍ରସର ଓ ସଫଳଗାମୀ ହେଉଥିବା ବେଳେ ଗତବର୍ଷ ଠାରୁ କୋଭିଡ ମହାମାରୀ ପାଇଁ ବିଦ୍ୟାଳୟ ବନ୍ଦ ରହିଥିବା କାରଣରୁ ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ପାଇପାରୁନାହାନ୍ତି। କେବଳ ମୁଣ୍ଡପିଛା ଚାଉଳ ଓ ପର୍ଯ୍ୟାୟକ୍ରମେ ପଇସା ଆସୁଥିବା ବେଳେ ଏଥିରୁ ସୁଫଳ ପାଇ ପାରୁନାହାନ୍ତି ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ।

ତେବେ କେନ୍ଦ୍ରାପଡା ସାନମାଣତିଆ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନତ ଦୂରର କଥା 50 ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପଢ଼ୁଥିବା ଏହି ବିଦ୍ୟାଳୟରେ ମିଳୁନଥିଲା ଚାଉଳ କିମ୍ବା ଆର୍ଥିକ ସହାୟତା। ତେବେ ବାରମ୍ବାର ଆପତ୍ତି ଅଭିଯୋଗ ପରେ ଚଳିତ ଏପ୍ରିଲ ମାସରେ ଛାତ୍ରଛାତ୍ରୀ ମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିବା ବେଳେ ଚାଉଳ ମିଳିବାରେ ବିଳମ୍ବ ହେଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ। ଦିନ ମଜୁରିଆ ଶ୍ରେଣୀର ହୋଇଥିବା ଓ ଲକଡାଉନ ପାଇଁ କାମଧନ୍ଦା ନମିଳୁଥିବା କାରଣରୁ ପିଲାମାନଙ୍କୁ ପୁଷ୍ଟିକର ଆହାର ଯୋଗାଇ ଦେବା ସମ୍ଭବ ହେଉନଥିବା କହିଛନ୍ତି ଅଭିଭାବକ। କୋଭିଡ ମହାମାରୀ ଜନିତ ଲକଡାଉନ ଓ ସପ୍ତାହନ୍ତ ସର୍ଟଡାଉନ ପାଇଁ ଦିନ ମଜୁରୀ ମିଳୁନଥିବା ବେଳେ ନିଜର କୋମଳମତି ପିଲାଙ୍କୁ କିପରି ଆହାର ଗଣ୍ଡେ ଯୋଗାଇବେ ସେନେଇ ଚିନ୍ତିତ ପିତାମାତା ।

ଅନ୍ୟପଟେ ଉକ୍ତ ବିଦ୍ୟାଳୟରେ ପାଠ ପଢ଼ୁଥିବା ପିଲାମାନଙ୍କ ମଧ୍ୟରୁ 98 ପ୍ରତିଶତ ଦଳିତ ଶ୍ରେଣୀର ଛାତ୍ରଛାତ୍ରୀ ପଢୁଛନ୍ତି । ଜିଲ୍ଲାରେ ମୋଟ 1718 ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ପ୍ରାଥମିକ ଅର୍ଥାତ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ 87 ହଜାର 481 ଜଣ ଓ ଉଚ୍ଚ ପ୍ରାଥମିକ ଅର୍ଥାତ ଷଷ୍ଠରୁ ଅଷ୍ଟମ 55 ହଜାର 269 ଜଣ ମୋଟ 1 ଲକ୍ଷ 42 ହଜାର 750 ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ସେହିଭଳି ଗତ ମାର୍ଚ୍ଚ ମାସ ସୁଦ୍ଧା ପାଞ୍ଚଟି ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କୁ ଚାଉଳ ଦିଆଯାଇଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ଆକାଉଣ୍ଟକୁ ଟଙ୍କା ମଧ୍ୟ ଦିଆଯାଇଥିବା କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ।

କୋଭିଡ ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବିଦ୍ୟାଳୟ କେବେ ଖୋଲିବ ତାହା କହିବା ଅସମ୍ଭବ । ଏପରି ସ୍ଥଳେ ଅଭିଭାବକ ମହଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ବାବଦକୁ ଚାଉଳ ଓ ଅର୍ଥ ଦେବା ବଦଳରେ ଖାଦ୍ୟ ଦିଆଯାଉ ବୋଲି ଦାବି କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jun 13, 2021, 2:12 PM IST

ABOUT THE AUTHOR

...view details