କେନ୍ଦ୍ରାପଡ଼ା: କୋରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ତତ୍ପର । ତେବେ ଏନେଇ ପ୍ରସ୍ତୁତ ହୋଇ ସାରିଛି କେନ୍ଦ୍ରାପଡ଼ା କୋଭିଡ ହସ୍ପିଟାଲ । ଅନ୍ତିମ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ବର ସ୍ଥିତ ସମ୍ ହସ୍ପିଟାଲ ମଧ୍ୟରେ ଏକ ବୁଝାମଣା ପତ୍ର ବା MOU ସ୍ୱାକ୍ଷର ହୋଇଛି l କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଓ ସମ୍ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡାକ୍ତର ପୁଷ୍ପରାଜ ସାମନ୍ତ ସିଂହାର ଏହି ବୁଝାମଣାପତ୍ରରେ ସ୍ଵାକ୍ଷର କରିଥିଲେ ।
କୋଭିଡ ହସ୍ପିଟାଲ ପରିସରରେ ଅନୁଷ୍ଠିତ ଏହି ବୁଝାମଣାପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ସୋଆ କୂଳପତି ଡାକ୍ତର ଅଶୋକ କୁମାର ମହାପାତ୍ର ପ୍ରମୂଖ ଉପସ୍ଥିତ ଥିଲେ । ସମ୍ ହସ୍ପିଟାଲ ପକ୍ଷରୁ ଏଠାରେ ୧୧୦ ଗୋଟି ବେଡର ବ୍ୟବସ୍ଥା କରାଯିବା ସହ ହସ୍ପିଟାଲରେ ଭେଣ୍ଟିଲେଟର, ଇସିଜି, ଇକୋ,ଏକ୍ସରେ ପ୍ରଭୂତିର ବ୍ୟବସ୍ଥା କରାଯାଇଛି ।