ଓଡିଶା

odisha

ETV Bharat / state

ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣା, 4 ଅଭିଯୁକ୍ତଙ୍କୁ ବର୍ଷେ ଜେଲ - କେନ୍ଦ୍ରାପଡ଼ାରେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣା

ସରକାରୀ କର୍ମଚାରୀଙ୍କୁ ମାଡ଼ ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ୧ ବର୍ଷ ଜେଲଦଣ୍ଡ ସହ ୩୫୦୦ଟଙ୍କା ଜୋରିମାନା ଶୁଣାଇଲେ ସ୍ୱତନ୍ତ୍ର ବିଚାରପତି ଗୋପାଳ ଚନ୍ଦ୍ର ବେହେରା । ଅଧିକ ପଢ଼ନ୍ତୁ

court sentenced the accused on allegation to attack a government employee in kendrapara
ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣା, 4 ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

By

Published : Jul 30, 2022, 8:48 AM IST

କେନ୍ଦ୍ରାପଡ଼ା: ସରକାରୀ କର୍ମଚାରୀଙ୍କୁ ମାଡ଼ ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ୧ ବର୍ଷ ଜେଲଦଣ୍ଡ ସହ ୩୫୦୦ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୧ ମାସ ୮ ଦିନ ଜେଲ ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର ବିଚାରପତି ଗୋପାଳ ଚନ୍ଦ୍ର ବେହେରା।

ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣା

ଅଭିଯୋଗ ଅନୁଯାୟୀ, ଗତ ୨୦୧୧ ମସିହା ଜୁଲାଇ ୧ ତାରିଖ ଦିନ ତତ୍କାଳୀନ ମହାକାଳପଡ଼ା ଅନ୍ତର୍ଗତ ଜମ୍ବୁଘାଟ ନିକଟରେ ବନବିଭାଗ କର୍ମଚାରୀ ମହନ୍ତ ମଳିକ ବାଇକରେ ଫେରୁଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କିଛି ଲୋକ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଦେବାଶିଷ ମହାନ୍ତି,ବାବୁରାମ ସ୍ୱାଇଁ,କୀର୍ତ୍ତନ ବେହେରା ଓ ତନ୍ମୟ ଦାସ ସଂଘବଦ୍ଧ ହୋଇ ଆକ୍ରମଣ କରି ତାଙ୍କ ଉପରେ ମଦ ଢାଳିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ମୋଟ ୧୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇ ଭାରତୀୟ ପିଙ୍ଗଳ କୋର୍ଟ ଦଫା ୩୪୧,୩୨୩ ଓ ୩୩୨ରେ 1 ବର୍ଷ କାରାଦଣ୍ଡ ସହ ୩୫୦୦ ଟଙ୍କାର ଜୋରିମାନା କରାଯାଇଛି । ସମସ୍ତ ଅଭିଯୁକ୍ତ ଏବେ ଜାମିନରେ ରହିଥିବାରୁ ରାୟ ବିରୋଧରେ ଉପର କୋର୍ଟର ଆଶ୍ରୟ ନେବାକୁ ସେମାନଙ୍କୁ ସୁଯୋଗ ଦିଆଯିବ ବୋଲି ସରକାରୀ ଆଇନଜୀବୀ କହିଛନ୍ତି ।

ଇଟିଭି ଭାରତ,କେନ୍ଦ୍ରାପଡ଼ା

ABOUT THE AUTHOR

...view details