ଓଡିଶା

odisha

ETV Bharat / state

ବିଚାର ବିଭାଗର ନବନିର୍ମିତ 4 ମହଲା ଅଟ୍ଟାଳିକା ଲୋକାର୍ପିତ - inauguration by odisha high court judge

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି କୁମାରୀ ସଞ୍ଜୁ ପଣ୍ଡାଙ୍କ କର କମଳରେ ଏହି ଚାରି ମହଲା ବିଶିଷ୍ଟ ଅଟ୍ଟାଳିକାର ଲୋକାର୍ପଣ ଉତ୍ସବ ମହାଆଡମ୍ବରରେ କରାଯାଇଛି ।

court building
ନବନିର୍ମିତ ଅଟ୍ଟାଳିକା ଲୋକାର୍ପିତ

By

Published : Feb 21, 2020, 4:35 AM IST

କେନ୍ଦ୍ରାପଡା: ଲୋକାର୍ପିତ ହେଲା କେନ୍ଦ୍ରାପଡ଼ା ବିଚାର ବିଭାଗର ନବନିର୍ମିତ ଅଟ୍ଟାଳିକା । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି କୁମାରୀ ସଞ୍ଜୁ ପଣ୍ଡାଙ୍କ କର କମଳରେ ଏହି ଚାରି ମହଲା ବିଶିଷ୍ଟ ଅଟ୍ଟାଳିକାର ଲୋକାର୍ପଣ ଉତ୍ସବ ମହାଆଡମ୍ବରରେ କରାଯାଇଛି।

ନବନିର୍ମିତ ଅଟ୍ଟାଳିକା ଲୋକାର୍ପିତ

ଲୋକମାନଙ୍କୁ ତ୍ବରିତ ନ୍ୟାୟପ୍ରଦାନ କେନ୍ଦ୍ରାପଡ଼ା ନ୍ୟାୟାଳୟର ମୁଖ୍ୟ ଉଦ୍ଦେଶ୍ୟ ଏବଂ ଏଥିପାଇଁ ସବୁ ସ୍ତରର ଜନସାଧାରଣଙ୍କ ଦାୟୀତ୍ବ ଓ କର୍ତ୍ତବ୍ୟ ଏକାନ୍ତକାମ୍ୟ ବୋଲି ବୋଲି ଆଶାବ୍ୟକ୍ତ କରିଛନ୍ତି ଜଷ୍ଟିସ କୁମାରୀ ପଣ୍ଡା।

ଏହି ଲୋକାର୍ପଣ ଉତ୍ସବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ମାନ୍ୟବର ଶତ୍ରୁଘନ ପୂଜାହାରୀ, କେନ୍ଦ୍ରାପଡ଼ା ଜିଲ୍ଲାକୁ ଆସୁଥିବା କୌଣସି ଅତିଥିଙ୍କୁ ଚର୍ଚ୍ଚା ନକରି ଫେରାଏ ନାହିଁ ବୋଲି କହିଥିଲେ।

ଲୋକାର୍ପିତ ହୋଇଥିବା ଏହି ଗୃହ ଗୁଡିକର ଯତ୍ନ ଓ ପରିଷ୍କାର ପରିଚ୍ଛନ୍ନତା ଉପରେ ସମସ୍ତେ ଧ୍ୟାନ ଦେବା ଉଚିତ ବୋଲି କହିଥିଲେ ଜଷ୍ଟିସ ଶ୍ରୀ ପୂଜାହାରୀ । ନ୍ୟାୟାଳୟର ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ ପାଇଁ ପ୍ରାୟ ୧୨କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ରହିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି , ଇଟିଭି ଭାରତ

ABOUT THE AUTHOR

...view details